ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି

ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି

ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବୃଆରୀ ୮ ତାରିଖ ଯାଏଁ କରିହେବ ପଞ୍ଜୀକରଣ । ପୂର୍ବରୁ ବିଏସକେୱାଇ ନବୀନ କାର୍ଡ ଆବେଦନର ଅବଧି ଜାନୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ରହିଥିଲା । ଏବେ ଏହାର ଆବେଦନ ଅବଧିକୁ ବୃଦ୍ଧି କରାଯାଇ ଫେବୃଆରୀ ୮ ତାରିଖ ଯାଏଁ ରାଜ୍ୟ ସରକାର ବଢାଇ ଦେଇଛନ୍ତି । ଗୋଟିଏ ବି ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଏନେଇ ତ୍ୱରିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗ୍ରାମାଂଚଳ ଓ ପଂଚାୟତରରେ ସ୍ତରରେ ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *