ପୁଣି ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ….

ପାଣ୍ଡିଆନଙ୍କ ବିରୁଦ୍ଧରେ ପ୍ରେସ୍ରମିଟ କରି ପୁଣି ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟରେ ଜମି ହଡପ ଚାଲିଥିବା କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ | ପଣ୍ଡିୟାନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଜମି ହଡପ ଅଭିଯୋଗ | ଶାସନ ହାଇଜାକ କରିଥିବା ସରକାରୀ ଆଦିକାରୀ ଙ୍କର ଏ ଆଉ ଏକ ନୂଆ ରୂପ | ଭୁବନେଶ୍ୱରରୁ ୧୫ କିମି ଦୂରରେ ଏହି ଜମି ହଡପ ପ୍ରକଳ୍ପ ଚାଲିଛି | ଭଗବତିପୁର ଓ ଗିରିଙ୍ଗଘାଟରେ ୧୫୦ ଏକର ହଡପ କରି ଫାର୍ମହାଉସ ଚାଲିଛି | ସେସବୁ ଅନାବାଦୀ , ଜଙ୍ଗଲ , ଦେବ ଜମି ଓ ଆଉ କିଛି ବ୍ୟକ୍ତିଗତ ଜମି | ହଲ କର୍ମଚାରୀ ସଂଘର ୨୫ ଏକର ଜମି ବି ଜବରଦାଖଲ ଅଛି | ତ୍ରିବେଣୀ ଆର୍ଥମୁଭର୍ସର କିରୁଥିକ ପ୍ରଭାକରନ ଏହି ଜବରଦଖଲ କରିଛନ୍ତି | ଅଭିଯୋଗ କଲେ ଏଇଟା ପଣ୍ଡିୟାନ ପ୍ରୋଜେକ୍ଟ କହୁଛନ୍ତି ଅଧିକାରୀ | ଏଇଟା ପଣ୍ଡିୟାନ ପ୍ରୋଜେକ୍ଟ, କେହି ସରକାରୀ ଅଧିକାରୀ କିଛି କରିପାରିବେ ନାହିଁ | ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି କହିଲେ ସାଂସଦ ଅପରାଜିତା | ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେବେ କି | ମେଣ୍ଟ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା | ବିଜେପି ବିଜେଡି ମଧ୍ୟରେ ବୁଝାବଣା ନଥିବା କହିଲେ ଅପରାଜିତା | ଉଭୟ ଦଳ ମଧ୍ୟରେ ବୁଝାବଣା ନାହିଁ କି ବୁଝାବଣା ପ୍ରଶ୍ନ ନାହିଁ | ବୁଝାବଣା କୁ ନେଇ କେବଳ ଭ୍ରାନ୍ତି ସୃଷ୍ଟି ହେଉଛି ବୋଲି କହିଲେ ଅପରାଜିତା |

author

Related Articles

Leave a Reply

Your email address will not be published. Required fields are marked *