ପୁଣି ବିଜେଡିରେ ଗଠନ ହେଲା ନୂଆ ଟିମ୍

ପୁଣି ବିଜେଡିରେ ଗଠନ ହେଲା ନୂଆ ଟିମ୍

ପୁଣି ବିଜେଡିରେ ଗଠନ ହେଲା ନୂଆ ଟିମ୍ । ନବୀନଙ୍କ ନୂଆ ଟିମରେ ସାମିଲ ହେଲେ ୧୬ ଜଣ ବିଜେଡି ନେତା । ବିରୋଧୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ କମିଟି ଗଠନ କରିବା ସହ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହି କ୍ରମରେ ୧୬ ଜଣିଆ ନେତାଙ୍କୁ ନେଇ ନୂଆ ମିଡିଆ ଟିମ୍ ଗଠନ କରିଛନ୍ତି ନବୀନ । ଯେଉଁଥିରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ଇରାନୀ ରାୟ , ଇପସିତା ସାହୁଙ୍କ ସହ ମନ୍ମଥ ରାଉତରାୟ ସାମିଲ ଅଛନ୍ତି । ତେବେ ମହାପ୍ରଭୁଙ୍କ ଘୋଷ ଯାତ୍ରାରୁ ନବୀନ ନିଜ ଦଳର ନବକଳେବର କରୁଛନ୍ତି । ଏବଂ ପୁରୁଣା କମିଟି ଭଙ୍ଗ କରି ନୂଆ ଟିମ ଗଠନ କରୁଛନ୍ତି । କିପରି ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ବିଜେଡି ଆଟାକ କରିବାରେ ସଫଳ ହେବ ସେନେଇ ବିଚାର ବିମର୍ଷ କରି ନବୀନ ଏପରି ନିଷ୍ପତ୍ତି ନେଉଛନ୍ତି । ତେବେ ଦେଖାଯାଉ ବିଜେଡିର ନବକଳେବର ଏବଂ ନବୀନଙ୍କ ରଣନୀତି ବିଜେପି ଉପରେ କେତେ ଭାରି ପଡୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *