ପୁଣି ବିଜେଡିର ହାତ ଛାଡିଲେ ଆଉ ଜଣେ ନେତା

ପୁଣି ବିଜେଡିର ହାତ ଛାଡିଲେ ଆଉ ଜଣେ ନେତା

ପୁଣି ବିଜେଡିର ହାତ ଛାଡିଲେ ଆଉ ଜଣେ ନେତା । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିିଳିଛି । ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି । ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।

author

Related Articles

Leave a Reply

Your email address will not be published. Required fields are marked *