ପୁଣି ବିଜେପି ରାଜ୍ୟରେ ଏକାକୀ ଲଢିବ କହିଲେ…

ପୁଣି ବିଜେପି ରାଜ୍ୟରେ ଏକାକୀ ଲଢିବ କହିଲେ…

ପୁଣି ଥରେ ମେଣ୍ଟଚର୍ଚ୍ଚାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୁଣିଥରେ ସୋସିଆଲ ମିଡିଆ ଏକ୍ସରେ ବଡ ବୟାନ ରଖିଛନ୍ତି ମନମୋହନ । ଦିଲ୍ଲୀରୁ ଫେରିବା ପରେ ସେ ଏଭଳି କହିଛନ୍ତି । ରାଜ୍ୟରେ ଏଥର ବିଜେପି ଏକାକୀ ଲଢିବ , ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମନମୋହନ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି ।

ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ । ଗତ କିଛି ଦିନ ପୂର୍ବରୁ ମଧ୍ୟ ଓଡ଼ିଶାରେ ବିଜେପି ଏକାକୀ ଲଢିବ ବୋଲି କହିଥିଲେ ମନମୋହନ । କିନ୍ତୁ ଏହାର କିଛି ଘଣ୍ଟା ମଧ୍ୟରେ ନିଜ ବୟାନ ବଦଳାଇବା ସହ ମେଣ୍ଟ ନେଇ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲେ । ଏପରିକି ବିଜେପିର ବରିଷ୍ଠ ନେତା ଅମିତ ଶାହ ମଧ୍ୟ ମେଣ୍ଟ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ନିଷ୍ପତ୍ତି ନେବେ ବୋଲି କହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *