ପୁଣି ବିବାଦ ଘେରରେ ବିଧାୟକ ସାରଦା ପ୍ରଧାନ

ପୁଣି ବିବାଦ ଘେରରେ ବିଧାୟକ ସାରଦା ପ୍ରଧାନ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ବିଜେପି କର୍ମୀ ଙ୍କୁ ସ୍ୱାଧୀନ ପ୍ରାର୍ଥୀ ସାରଦା ଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ପେଲା ଠେଲା କରିବା ଓ ମୁଖ୍ୟମନ୍ତ୍ରୀ ଙ୍କ କାରକେଡ ରୁ ବିଜେପି ନେତା ସୁମନ୍ତ ଘଡେଇ ଙ୍କ ଫେରାଇଦେବା ସହିତ ତାଙ୍କ ଗାଡି କୁ ବୋତଲ ମାଡ଼ କରିବା ଘଟଣାର ଚର୍ଚା ଏପର୍ଯ୍ୟନ୍ତ ଥମିନଥିଲାବେଳେ ଏବେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜଣେ ବିଜେପି କର୍ମୀଙ୍କୁ ସାରଦା ଙ୍କ ସମର୍ଥକ ମାନଙ୍କ ବାଡ଼ିଆ ପିଟା ଘଟଣା କୁ ନେଇ ଫୁଣି ବିବାଦ ଘେର କୁ ଟାଣି ହୋଇଯାଇଛନ୍ତି ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ । ସୂଚନା ମୁତାବକ ଗତକାଲି ମାହାଙ୍ଗା ବ୍ଲକ ଭଉଁରିଆ ପଞ୍ଚାୟତ ର ବିଜେପି କର୍ମୀ ଅଭିରାମ ସାହୁ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ମାହାଙ୍ଗା ବିଡ଼ିଓ ଙ୍କୁ ଭେଟିବାକୁ ଆସିଥିଲେ ଏହି ସମୟରେ ସାରଦା ଙ୍କ କିଛି ସମର୍ଥକ ମାନେ ଅଭିରାମ ଙ୍କୁ ବାଡ଼ିଆ ପିଟା କରିବା ସହିତ ମାହାଙ୍ଗା ବ୍ଲକ ରୁ ଧକ୍କା ମାରି ବିଦା କରିଦେଇଥିଲେ । ମାହାଙ୍ଗା ବ୍ଲକ ରେ କେବଳ ସାରଦା ପ୍ରଧାନ ଙ୍କ ଲୋକ ଙ୍କ କାମ ହେବ ବିଜେପି କର୍ମୀ ଆସିଲେ ପିଟିବୁ ବୋଲି ଧମକ ଦେଇଥିଲେ ସାରଦା ଙ୍କ କର୍ମୀ । ଏନେଇ ଅଭିରାମ ସାହୁ ଙ୍କ ସହିତ ବିଜେପି କର୍ମୀ ମାନେ ଆଜି ମାହାଙ୍ଗା ଥାନା ରେ ପହଞ୍ଚି ସାରଦା ପ୍ରଧାନ ଙ୍କ କର୍ମୀ ଙ୍କ ବିରୋଧ ରେ ଏତେଲା ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟ ରେ ଏଭଳି ଦାଦାଗିରି କରିବାକୁ ସାରଦା ପ୍ରଧାନ ଙ୍କ କର୍ମୀ ଙ୍କୁ କିଏ ଦେଉଛି ସାହସ , ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ଅଭିଯୋଗକାରୀ ଓ ବିଜେପି କର୍ମୀ ।

author

Related Articles

Leave a Reply

Your email address will not be published. Required fields are marked *