ପୁଣି ବୋରୱେଲରେ ଫସିଛି ନୀରିହ ଶିଶୁର ଜୀବନ

ପୁଣି ବୋରୱେଲରେ ଫସିଛି ନୀରିହ ଶିଶୁର ଜୀବନ

ପୁଣି ବୋରୱେଲରେ ଫସିଛି ନୀରିହ ଶିଶୁର ଜୀବନ । ଦିଲ୍ଲୀ କେଶବପୁର ମଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା । କେଶବପୁରରେ ଥିବା ଜଳ ବୋର୍ଡ ଭିତରେ ଥିବା ଏକ ୪୦ ଫୁଟ୍ ଗଭୀର ବୋରୱେଲରେ ଶିଶୁଟି ଖସିପଡିଛି । ଶିଶୁକୁ ଉଦ୍ଧାର ପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଓ ଦିଲ୍ଲୀ ପୋଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶିଶୁକୁ ଉଦ୍ଧାର କରିବା ପାଇଁ ସମାନ୍ତରାଳ ଭାବେ ଆଉ ଏକ ବୋରୱେଲ ଖୋଳାଯାଉଛି । ୪୦ ଫୁଟର ଗଭୀର ବୋରୱେଲ ହୋଇଥିବାରୁ ଉଦ୍ଧାର କରିବା କଷ୍ଟକର ହେଉଛି । ହେଲେ ଆଉ ଏକ ବୋରୱେଲ ଖୋଳିବା ପାଇଁ ଲମ୍ବା ସମୟ ଲାଗିପାରେ । ପ୍ରଥମେ ଯେଉଁ ବୋରୱେଲରେ ଶିଶୁଟି ପଡ଼ିଯାଇଛି, ତା ଭିତରକୁ ଦଉଡି ପକାଯାଇଥିଲା । ହେଲେ ଏହା ଦ୍ୱାରା ଉଦ୍ଧାର କରିବା ସଫଳ ହୋଇନଥିଲା । ଫଳରେ ଏନଡିଆରଏଫ୍ ଟିମ୍ ଆଉ ଏକ ବୋରୱେଲ ଖୋଳିବା କାମରେ ଲାଗିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *