ପୁଣି ଭାରତରେ କରୋନା ଭୟ

ପୁଣି ଭାରତରେ କରୋନା ଭୟ । ଗତ ୨୪ ଘଂଟାରେ ଦେଶରେ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଲେଣି । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି । ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମାସ୍କ ବାଧ୍ୟତାମୂଳକ ପାଇଁ ବର୍ତମାନ ଗାଇଡଲାଇନ୍ ଆସିନାହିଁ । ବର୍ତମାନ ସୁଦ୍ଧା ଓଡିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ସତର୍କ ରହିବା । ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

author

Related Articles

Leave a Reply

Your email address will not be published. Required fields are marked *