ପୁଣି ମାଗଣା ପ୍ରତିଶୃତିର ବର୍ଷା କଲା ବିଜେପି । ଜିତିବା ପାଇଁ ସାଧାରଣ ଜନତାଙ୍କୁ ଦେଲା ଲୋଭନୀୟ ଆଶା । ଝାଡଖଣ୍ଡ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ବିଜେପି ନିଜର ଇସ୍ତାହାର ଘୋଷଣା କରିଛି । ଯେଉଁଥିରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଏବଂ ମହିଳାଙ୍କୁ ମାସିକ ୨୧୦୦ ଟଙ୍କାର ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଛି । ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ଏପରି ଇସ୍ତାହାର ପ୍ରସ୍ତୁତ କରିଥିବା କୁହାଯାଉଛି । ଝାଡଖଣ୍ଡ ସରକାର ବର୍ତ୍ତମାନ ୨୧ ରୁ ୫୦ ବର୍ଷର ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଆଉ ଏହାକୁ କାଉଣ୍ଟର କରିବା ପାଇଁ ଏବଂ ଝାଡଖଣ୍ଡରେ ବି ମୋଦି ଲହର ଆଣିବାକୁ ବିଜେପି ସରକାର ଏପରି ପଦକ୍ଷେପ ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
You can share this post!
author