ପୁଣି ମୋଦିଙ୍କୁ ହତ୍ୟା ଧମକ

ପୁଣି ମୋଦିଙ୍କୁ ହତ୍ୟା ଧମକ

ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ହାଇଦ୍ରାବାଦର ଜଣେ ଯୁବକ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକ ୟାଦଗିରିରେ ମାମଲା ରୁଜୁ ହୋଇଛି । ଯୁବକ ଜଣକ ହାତରେ ଏକ ଛୁରୀ ଧରି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଯୁବକ ଜଣକ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦିଙ୍କୁ ହତ୍ୟା କରିବେ । ଏଭଳି ସମ୍ବେଦନଶୀଳ ପୋଷ୍ଟ ପରେ କର୍ଣ୍ଣାଟକ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବକଜଣଙ୍କ ହ୍ରାଇଦ୍ରାବଦର ଜଣାପଡିଥିବାରୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢାଉ ହୋଇଛି । ପୂର୍ବରୁ ମଧ୍ୟ ଅନେକ ଥର ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *