ପୁଣି ରାଜ୍ୟକୁ ଫେରିଲା ମାସ୍କ

ପୁଣି ରାଜ୍ୟକୁ ଫେରିଲା ମାସ୍କ

ଭୁବନେଶ୍ୱର:

ପୁଣି ରାଜ୍ୟକୁ ଫେରିଲା ମାସ୍କ । ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଚିଠି ଲେଖିଛି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ଡାକ୍ତର, ନର୍ସ, କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଲାବରେଟୋରୀ ସେବା ଯୋଗାଉଥିବା ବ୍ୟକ୍ତି ବି ପିନ୍ଧିବେ ମାସ୍କ । ଏହାସହିତ ଥଣ୍ଡାକାଶରେ ପୀଡ଼ିତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *