ପୁଣି ରାଜ୍ୟରେ ବଢିବ ତାତି

ପୁଣି ରାଜ୍ୟରେ ବଢିବ ତାତି

ପୁଣି ରାଜ୍ୟରେ ବଢିବ ତାତି । ଆସନ୍ତା ୧୧ ତାରିଖ ପରେ ରାଜ୍ୟରେ ପାରଦ ବଢିବ । ଦିନ ଓ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଯେଉଁଥିପାଇଁ ରାଜ୍ୟରେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ।

author

Related Articles

Leave a Reply

Your email address will not be published. Required fields are marked *