ପୁଣି ସକ୍ରିୟ ହେଲେ ବିଜେଡିର ସଂଜୟ ଦାସବର୍ମା

ପୁଣି ସକ୍ରିୟ ହେଲେ ବିଜେଡିର ସଂଜୟ ଦାସବର୍ମା


ପୁଣି ସଂଜୟ ଦାସବର୍ମା ବିଜେଡିରେ ସାମିଲ ହେଲେ । ସେ ସାଂଗଠନିକ ଭୂମିକାରେ ଦଳକୁ ଫେରିଛନ୍ତି । ପ୍ରାୟ ଅଢେଇ ବର୍ଷର ନିର୍ବାସନ ପରେ ଏବେ ଅନ୍ତ ବିଜେଡିକୁ ଫେରୁଛନ୍ତି ସଂଜୟ ଦାସବର୍ମା । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା କରିଥିବା ବିଜେଡି ରଣନୀତିକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଞ୍ଜୟଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲା ତଥା ସାଂଗଠନିକ ଅନ୍ତଃକନ୍ଦଳ(ବିଜେଡି)ରେ ଲିପ୍ତ ଭଦ୍ରକ ଜିଲ୍ଲାର ବିଜେଡି ପର‌୍ୟ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ନିଯୁକ୍ତି ମିଳିଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *