ପୁଣି ସୃଷ୍ଟି ହେଲା ଗୁଜବ… କଂଗ୍ରେସ ଯିବେ କି ପାଣ୍ଡିଆନ ?

ପୁଣି ସୃଷ୍ଟି ହେଲା ଗୁଜବ… କଂଗ୍ରେସ ଯିବେ କି ପାଣ୍ଡିଆନ ?

ଓଡିଶା ରାଜନୀତିର ମୋଷ୍ଟ ପାୱାରଫୁଲ ନେତା ଥିଲେ ଭିକେ ପାଣ୍ଡିଆନ । ହେଲେ ମୋଦି ଲହରରେ ତାମିଲନାଡୁ ଭାସିଗଲେ ନବୀନଙ୍କ ପ୍ରତିବିମ୍ୱ ଭିକେ ପାଣ୍ଡିଆନ । ଓଡିଶା ରାଜନୀତିରେ ଅଧିକା ଦିନ ତିଷ୍ଠି ପାରିଲେନି । ହେଲେ ରାଜ୍ୟ ରାଜନୀତିରେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି । ଏବେବି ସେ ବିଜେଡିର ସର୍ବେସର୍ବା ରହିଛନ୍ତି । ପ୍ରଚ୍ଛଦ ପଟରେ ରହି ବିଜେଡିରେ ଗୋଟି ଚାଳନା କରୁଥିବା ଚର୍ଚ୍ଚା ଭିତରେ ଆଉ ଏକ ନୂଆ କଥା ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଚର୍ଚ୍ଚା ହେଲା କି ବିଜେପି ସହିତ ଲିଙ୍କରେ ରହି ଦିଲ୍ଲୀରେ ଡେରା ପକାଇଥିଲେ ଭିକେ ପାଣ୍ଡିଆନ ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ ଖୋଦ ନବୀନ ପଟ୍ଟନାୟକ ଏବଂ ଏହି ଉକ୍ତିକୁ ଖଣ୍ଡନ କରିଥିଲେ । ଆଉ ଏବେ ଚର୍ଚ୍ଚା କଂଗ୍ରେସରେ ମିଶିପାରନ୍ତି ଭିକେ ପାଣ୍ଡିଆନ । ରାଜ୍ୟରେ କଂଗ୍ରେସ ସର୍ବଦା ବିରୋଧି ଦଳ ହୋଇ ରହିଆସିଛି ଅନ୍ୟପଟେ ବିଜୁ ଜନତା ଦଳ ମଧ୍ୟ ଚଳିତ ଥର ବିରୋଧି ଆସନରେ ବସିଛି । ଯେଉଁଥିପାଇଁ କୁହାଯାଉଛି କି କଂଗ୍ରେସ ସହ ମିଶି ଶାସକ ଦଳକୁ ଭିତରେ ଭିତରେ ଘେରିବା ପାଇଁ ପାଣ୍ଡିଆନ ଏପରି କିଛି ନିଷ୍ପତ୍ତି ନେଇଛନ୍ତି । ଭିଡିଓ ବାର୍ତ୍ତା ଜାରି କରି ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି କିନ୍ତୁ ତାଙ୍କୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଥମୁନି । ବିଭିନ୍ନ ଗୁଜବ ସୃଷ୍ଟି ହେଉଛି । କେତେବେଳେ କଂଗ୍ରେସ ତ ଆଉ କେତେବେଳେ ବିଜେପି । ବିଜେଡିର ନବକଳେବରରେ ପଛରେ ପାଣ୍ଡିଆନଙ୍କ ହାତ ରହିଥିବା କଥା ମଧ୍ୟ କୁହାଯାଉଛି । ଓଡିଶା ରାଜନୀତିରେ ଏକ କାଳ ଗ୍ରହ ଥିବା ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *