ପୁଣି ସୋସିଆଲ ମିଡିଆରେ ବିଜେପି ନେତାଙ୍କୁ କଡା ସମାଲୋଚନା କଲେ ସୁଲତା

ପୁଣି ସୋସିଆଲ ମିଡିଆରେ ବିଜେପି ନେତାଙ୍କୁ କଡା ସମାଲୋଚନା କଲେ ସୁଲତା

ପୁଣି ସୋସିଆଲ ମିଡିଆରେ ବିଜେପି ନେତାଙ୍କୁ କଡା ସମାଲୋଚନା କଲେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବାକ୍ୟବାଣରେ ଘାଇଲା କରିଛନ୍ତି ସୁଲତା । ତେବେ ବିରୋଧୀ ଦଳରେ ବସିବା ଦିନଠାରୁ ସୁଲତା ଦେଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଲାଇମଲାଇଟରେ ରହିଆସୁଛନ୍ତି । ନିଜ ସୋସିଆଲ ମିଡିଆ ସାଇଟରେ ଭିଡିଓ ପୋଷ୍ଟ କରି ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉଠାଇବା ସହ ଶାସକ ଦଳକୁ ଟାର୍ଗେଟ କରିଥାନ୍ତି । କିନ୍ତୁ ଏହାକୁ ନେଇ ବିଜେପି ନେତାମାନେ ତାଙ୍କୁ କଟାକ୍ଷ କରିଥିବା ଏବଂ ଅଚୁରିକର ମନ୍ତବ୍ୟ ଦେଉଥିବା କହି ସମାଲୋଚନା କରିଥିଲେ । ଖାସ କରି ଏୟାରପୋର୍ଟରୁ ଯେଉଁ ସୁନା ଜବତ କରାଯାଇଛି ତାକୁ ନେଇ ସୁଲତା ଯେଉଁଭଳି ଭାବରେ ଏ ସୁନା ବିଜେପି ରତ୍ନଭଣ୍ଡାରରୁ ଚାଲାଣ କରୁଥିବା ଇସାରା ଦେଇ କହିଥିଲେ ତାର କାଉଣ୍ଟରରେ ବିଜେପି ନେତା ଏପରି କହିଥିବା କୁହାଯାଉଛି । ଏବଂ ସୁଲତାଙ୍କ ପରିଚୟ ସଙ୍କଟରେ ଥିବା ବେଳେ ସେ ଏପରି କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେପି ନେତା କହିଥିବା ଅଭିଯୋଗ କରିଛନ୍ତି ସୁଲତା । ଏହା ସହ କାହା ପରିଚୟ ସଙ୍କଟରେ ଅଛି ସେ ସମ୍ପର୍କରେ ଏକ ଭିଡିଓ କରି ସୋସିଆ ମିଡିଆରେ ବୈଜୟନ୍ତଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ସୁଲତା ଦେଓ ।

author

Related Articles

Leave a Reply

Your email address will not be published. Required fields are marked *