ତେଲେଙ୍ଗାନାରେ ପୁଣି 100 କୁକୁରଙ୍କୁ ହତ୍ୟା କରାଯାଇଛି । ଜଗତିଆଲ ଜିଲ୍ଲା ଆବାପୁରମ ଗ୍ରାମରେ ରବିବାର ବିଷ ଇଞ୍ଜେକ୍ସନ ଦିଆଯାଇ 100 କୁକୁରଙ୍କୁ ହତ୍ୟା କରାଯାଇଛି । ଏହାକୁ ମିଶାଇ ତେଲେଙ୍ଗାନାରା ଗତ କିଛି ଦିନ ମଧ୍ୟରେ ପର୍ଯ୍ୟାୟ କ୍ରମରେ 1300ରୁ ଅଧିକ କୁକୁରଙ୍କୁ ହତ୍ୟା କରାଗଲାଣି । ପୋଲିସର ସୂଚନା ଅନୁସାରେ ଗାଁ ର ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରମାନଙ୍କୁ ହତ୍ୟା କରାଯାଇଛି । ହତ୍ୟା କରାଯିବା ପରେ ମୃତ କୁକୁରମାନଙ୍କୁ ନେଇ ଡମ୍ପିୟାର୍ଡରେ ଫିଙ୍ଗିଦିଆଯାଉଛି। ତେବେ ଏପରି ବାରମ୍ବାର ନୀରୀହ ପଶୁଙ୍କୁ ହତ୍ୟା କରାଯିବାକୁ ନେଇ ପଶୁପ୍ରେମୀ ଏବଂ ସାମାଜିକ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏବଂ ପୋଲିସରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହି ଘଟଣାରେ ସରପଞ୍ଚ , ନାଏବ ସରପଞ୍ଚ ଏବଂ ପଞ୍ଚାୟତ ସମ୍ପାଦକଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।
Tags:
You can share this post!
administrator
