ପୁରୀକୁ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀକୁ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରାର ଦିନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୀ । ଆଉ ଏହାରି ମଧ୍ୟରେ ପୁରୀରେ ପହଁଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନବିଭାଗ ମହିପୁର ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଁଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଆସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇଥିବା ବେଳେ ଚଳିତବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୨୭ଟି କାଠ ରଥଖଳାରେ ଏବଂ ୩୩ଟି କାଠ କରତ କଳରେ ପହଞ୍ଚି ସାରିଛି ।

author

Related Articles

Leave a Reply

Your email address will not be published. Required fields are marked *