ପୁରୀରେ ଇଭିଏମ ତ୍ରୁଟି ଦେଢ ଘଣ୍ଟା ଛିଡା ହୋଇ ଭୋଟ ଦେଲେ ସମ୍ୱିତ ପାତ୍ର

ପୁରୀରେ ଇଭିଏମ ତ୍ରୁଟି ଦେଢ ଘଣ୍ଟା ଛିଡା ହୋଇ ଭୋଟ ଦେଲେ ସମ୍ୱିତ ପାତ୍ର

ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ତିନି ରାଜନୈତିକ ଦଳର ହେଭିୱେଟ ନେତାମାନଙ୍କର ଭାଗ୍ୟ ପରୀକ୍ଷା ଚାଲିଛି । ତୃତୀୟ ପର୍ଯ୍ୟାୟ ମତଦାନରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର । ଏଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡା ହେବା ପରେ ଭୋଟ ଦେଇଛନ୍ତି ସମ୍ବିତ ପାତ୍ର । ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଦେଲେ ବାର୍ତ୍ତା । ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । କହିଛନ୍ତି ଦେଶକୁ ବିକଶିତ ଓ ଓଡିଶାକୁ ସଦୃଢ କରିବାକୁ ଭୋଟ ଦିଅନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *