ପୁରୀରେ ପାଣ୍ଡିଆନଙ୍କୁ ବିରୋଧ । ସକାଳୁ ସକାଳୁ ୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ଗୋ- ବ୍ୟାକ୍ ନାରା ବି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ପ୍ରାୟ ୧୦ କଂଗ୍ରେସ କର୍ମୀଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ବ୍ୟବସ୍ଥାକୁ କୁଠାରଘାତ କରିଛନ୍ତି। ଜଣେ ୟୁଟୁବର, ଗୋମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ମନ୍ଦିରରେ ପ୍ରବେଶ କରାଇ ସେ ଜଗନ୍ନାଥଙ୍କୁ ବିଶ୍ୱରେ ପରିଚିତ କରାଇବେ ବୋଲି କହୁଛନ୍ତି। ଏପରି ଅଭଦ୍ରାମୀ ବିରୋଧରେ ଆମେ କଳା ପତାକା ପ୍ରଦର୍ଶନ କରିଛୁ। ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା ଉପରେ ସରକାର କଳଙ୍କ ଲଗାଇଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏପରି ବିରୋଧ କରାଯାଇଛି। ଏହାବାଦ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ୪ ଦୁଆର ଖୋଲିବା ସହ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପୂର୍ବରୁ ଶରଧାବାଲିରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଶୋଭାଯାତ୍ରା କରାଯାଇ ଦାବିପତ୍ର ଦିଆଯାଇଥିଲା। ଏହାପରେ ବି କୌଣସି କାର୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ। ଏହା ପ୍ରତିବାଦରେ ଦଳ ଆଜି ବିରୋଧ ପ୍ରଦର୍ଶନ କରିଥିବା କହିଛି।