ପୁରୀରେ ରୋଡ ସୋ କରିବେ ମୋଦି..

ପୁରୀରେ ରୋଡ ସୋ କରିବେ ମୋଦି..

ଆଜି ପୁଣିଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ବହୁବାର ଓଡିଶା ଆସି ପ୍ରଚାର ମଇଦାନରେ ନିଜର ଜଲୱା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରରେ ରୋଡ ସୋ ପରେ ଏବେ ପୁଣିଥରେ ପୁରୀରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜଭବନ ଯିବେ । ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ କରିବେ ମୋଦୀ । ଏହାପରେ ଢେଙ୍କାନାଳ ଯାଇ ସେଠାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରଧାନମନ୍ତ୍ରୀ କଟକରେ ମଧ୍ୟ ଜନସଭା କରିବେ ।

author

Related Articles

Leave a Reply

Your email address will not be published. Required fields are marked *