ପୁରୀ-କଟକ ଆସନରେ ଟଳମଳ ବିଜେଡି !

ପୁରୀ-କଟକ ଆସନରେ ଟଳମଳ ବିଜେଡି !

ନିର୍ବାଚନ ସରିବାକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା । ଏଥିପାଇଁ ଦିନରାତି ଏକ କରି ପ୍ରଚାର ଉପରେ ପ୍ରଚାର କରୁଛନ୍ତି ଦଳର ଶୀର୍ଷ ନେତୃତ୍ୱ । କିନ୍ତୁ ବିଜେଡି ଭିତରେ ଭିତରେ ଟେନସନରେ ଥିବା ସାଧାରଣରେ ଆଲୋଚନା ଚାଲିଛି । ଖାସ କରି ପୁରୀ ବିଧାନସଭା ଏବଂ କଟକ ବାରବାଟୀ ଆସନରେ ପ୍ରାର୍ଥୀଙ୍କ ପାଇଁ ବିଜେଡି ଟଳମଳ ହେଲାଣି । କାହିଁକି ନା ଏଠାରେ ପ୍ରାର୍ଥୀ ହୋଇଥିବା ସୁନୀଲ ମହାନ୍ତି ଏବଂ ପ୍ରକାଶ ବେହେରାଙ୍କୁ ଆଶାନୁରୂପ ସପୋର୍ଟ ମିଳୁନଥିବା ଜଣାପଡିଛି । ବିରୋଧୀ ଦଳର ପ୍ରାର୍ଥୀଙ୍କ ଅପେକ୍ଷା ଏମାନେ ପଛରେ ପଡିଯାଉଥିବା ଆଲୋଚନା ଚାଲିଛି । ସେପଟେ ଏହି ଦୁଇଟି ଆସନ ପାଇଁ ବିଜେଡିର ହେଭିୱେଟ ନେତା ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଶାୟୀ ଥିବା ବେଳେ ସେମାନଙ୍କୁ ଦଳ ରାଜ୍ୟସଭା ପଠାଇ ଏମାନଙ୍କ ରାସ୍ତା ଫାଙ୍କା କରିଥିଲା । କିନ୍ତୁ ଏବେ ଏହି ଦୁଇ ନେତାଙ୍କୁ ଟିକେଟ ନଦେଇ ଦଳ ପସ୍ତାଉଥିବା କୁହାଯାଉଛି । କାରଣ କଟକ ବାରବାଟୀରୁ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବାଶିଷ । ଏବଂ ଚଳିତ ଥର ମଧ୍ୟ ସେ ଏହି ଆସନ ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲା । ଆଉ ଏଠାରେ କଂଗ୍ରେସରୁ ବିଜେଡିକୁ ଆସିଥିବା ପ୍ରକାଶ ବେହେରାଙ୍କୁ ଟିକେଟ ଦେଲା । ସେହିପରି ପୁରୀ ବିଧାନସଭା ଆସନ ପାଇଁ ଆଶାବାଦୀ ଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ରାସ୍ତାରୁ ହଟାଇ ତାଙ୍କୁ ମଧ୍ୟ ଦଳ ରାଜ୍ୟସଭା ପଠାଇଛି ଏବଂ ତାଙ୍କ ସ୍ଥାନରେ ଏହି ଆସନରୁ ୬ ୬ ଥର ପ୍ରାର୍ଥୀ ହୋଇଥିବା ଏବଂ ୫ ଥର ବିଜୟୀ ହୋଇଥିବା ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ଦଳ ଭରସା କରିଛି । କିନ୍ତୁ ଏବେ ସେ ଭରସାରେ ପାଣି ଫେରିଯିବା ଉପରେ ରହିଛି । କାରଣ ରାଜ୍ୟସଭାକୁ ମନୋନୀତ ହେବା ପରେ ମଧ୍ୟ ଏହି ଦୁଇ ନେତା ନିଜ ଦଳୀୟ କର୍ମୀଙ୍କ ସପୋର୍ଟ କରୁନଥିବା ନଜର ଆସୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଦଳର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ଏହି ଦୁଇଟି ଆସନରେ ଜୋରାଦାର ପ୍ରଚାର କରିଛନ୍ତି । କିନ୍ତୁ ତାର ପ୍ରଭାବ ଭୋଟରଙ୍କ ଉପରେ ପଡିବ ନା ନାହିଁ ତାହା ତ ଜୁନ ୪ର ଫଳାଫଳ ହିଁ କହିବ । ତେବେ ରାଜ୍ୟରେ ଏଥର ପରିବର୍ତ୍ତନ ଆଣିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେଡି ଯେଉଁ ଅଙ୍କ କଷି ଦୁଇ ଟାଣୁଆ ନେତାଙ୍କୁ ରାଜ୍ୟସଭା ପଠାଇଥିଲା ଏବେ ସେମାନେ ହିଁ ଦଳ ପାଇଁ ବୋଝ ପାଲଟିଥିବା ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ଏଥର ଏହି ଆସନ କାହା ହାତକୁ ଯାଉଛି ଏବଂ ବିଜେଡିର ସ୍ଥିତି କଣ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *