ପୁରୀ ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଚେତିଲା ପ୍ରଶାସନ । ଏବେ ପୁରୀ ଶ୍ରୀମନ୍ଦିରରେ ବୟସ୍କ ଓ ଅସୁସ୍ଥଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ସେଡ୍ ବ୍ୟବସ୍ଥା କରାଯାଇ ସମସ୍ତଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ । ଏପରିକି ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି କରିଛି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟି ସଦସ୍ୟ ଓ ଉଚ୍ଚ ପଦାଧିକାରୀଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି ।ଜଗା ଦର୍ଶନ ପାଇଁ ଆସୁଥିବା ବୟସ୍କ ଓ ଅସୁସ୍ଥଙ୍କ ବିଶ୍ରାମ ପାଇଁ ହେବ ସ୍ୱତନ୍ତ୍ର ସେଡ୍ । ଶ୍ରୀମନ୍ଦିର ବାହାରେ ଧାଡିରେ ଅପେକ୍ଷା କରୁଥିବା ବୟସ୍କ ଶ୍ରଦ୍ଧାଳୁଙ୍କୁ ଯୋଗାଇ ଦିଆଯିବ ପିଇବା ପାଣି । ଏପରିକି ବୟସ୍କଙ୍କ ପାଇଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ । ଏଥିସହ ଭିଡ ପାଇଁ ବୟସ୍କ ଓ ରୋଗାଗ୍ରସ୍ତଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ କହିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ଦୂରେଇ ରଖିବା ମୋର ଉଦ୍ଦେଶ୍ୟ ନୁହେଁ । ଗତ ବର୍ଷ ଅପେକ୍ଷା କାର୍ତିକରେ ଶ୍ରଦ୍ଧାଳୁଙ୍କ ଭିଡ ବଢିଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରଂଜନ ଦାସ ।

author

Related Articles

Leave a Reply

Your email address will not be published. Required fields are marked *