ପୁରୁଣା ଗଡରେ ନୂଆ ପ୍ରାର୍ଥୀଙ୍କୁ ନେଇ କନଫ୍ୟୁଜରେ ଭୋଟର !

ପୁରୁଣା ଗଡରେ ନୂଆ ପ୍ରାର୍ଥୀଙ୍କୁ ନେଇ କନଫ୍ୟୁଜରେ ଭୋଟର !

ରୋଚକ ମୋଡରେ ଯାଜପୁର ଜିଲ୍ଲାର ବରୀ ରାଜନୀତି । ବିଜେଡିର ଏହି ଅଭେଦ୍ୟ ଗଡରେ ଏଥର ସମୀକରଣ କଣ ହେବ ସେନେଇ କନଫ୍ୟୁଜନ ସୃଷ୍ଟି ହୋଇଛି । କାହିଁକି ନା ରାଜ୍ୟର ଅନେକ ଆସନ ପରି ବରୀ ବିଧାନସଭା ଆସନରେ ମଧ୍ୟ ସମସ୍ତ ପ୍ରାର୍ଥୀ ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଛନ୍ତି । କିଏ ବିଜେଡିରୁ ବିଜେପିକୁ ଆସିଛି ତ କିଏ ବିଜେପିରୁ କଂଗ୍ରେସ ଏବଂ ଆଉ କିଏ କଂଗ୍ରେସରୁ ବିଜେପିକୁ ଆସି ଟିକେଟ ହାତେଇଛି । ଦଳୀୟ ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଏଥର ଟିକେଟ ମିଳିଛି । କିନ୍ତୁ ଏହି ୩ ଜଣ ପ୍ରାର୍ଥୀଙ୍କର ଇଏ ହେଉଛି ପୁରୁଣା ଗଡ । ୩ ଜଣ ନେତା ଏହି ଆସନରୁ ଅନ୍ୟ ଦଳରୁ ବିଗତ ଦିନଗୁଡିକରେ ପ୍ରତିଦ୍ୱନ୍ଦିତା କରିଆସିଛନ୍ତି । ଆଉ ଏଥର ପୁରୁଣା ଗଡରେ ନୂଆ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଭୋଟରମାନେ କନଫ୍ୟୁଜ ରହିଥିବା କୁହାଯାଉଛି । ତେବେ ଏହି ଆସନରୁ ଗତ ନିର୍ବାଚନରେ ହାରିବା ପରେ ବିଜେଡିକୁ ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ବିଶ୍ୱରଞ୍ଜନଙ୍କର ଏହି ଅଞ୍ଚଳରେ ଭଲ ସଙ୍ଗଠନ ରହିଆସିଛି । ଗତ ନିର୍ବାଚନରେ ସେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । କିନ୍ତୁ କିଛି ବର୍ଷ ପୂର୍ବରୁ ସେ ବିଜେଡି ଶିବିରକୁ ଆସିଥିଲେ । ଏବଂ ଏଥର ଟିକେଟ ମଧ୍ୟ ହାତେଇଛନ୍ତି । ସେହିଭଳି କଂଗ୍ରେସ ନେତା ଉମେଶ ଜେନା କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲେ । ଏବଂ ଦଳକୁ ଆସୁଆସୁ ବିଜେପିରୁ ଏହି ଆସନ ପାଇଁ ଦଳ ତାଙ୍କୁ ଭରସା କରିଛି । ଗତ ନିର୍ବାଚନରେ ସେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ଚଳିତ ଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଏହି ଆସନରୁ ୪ ୪ଥର ବିଜେଡିରୁ ବିଧାୟକ ରହିଥିବା ଦେବାଶିଷ ନାୟକ ଚଳିତ ଥର କଂଗ୍ରେସ ଟିକେଟରୁ ସେ ନିଜ ଗଡରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେ ୨୦୦୦ ମସିହାରୁ ଏଠାରେ ଶାସନ ଗାଦିରେ ବସିଆସୁଛନ୍ତି । ଆଉ ଏଥର ମଧ୍ୟ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ସମସ୍ତ ପ୍ରାର୍ଥୀ ଦଳ ଡିଆଁ ହୋଇଥିବାରୁ କାହାକୁ ଏଥର ବରୀବାସୀଙ୍କ ଆଶୀର୍ବାଦ ମିଳିବ ଏବଂ ଏଠାରେ କିଏ ଶାସନ ଗାଦିରେ ବସିବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *