ପୁରୁଣା ଯୋଡ଼ିଙ୍କ ନୂଆ ମିଳାମିଶା

ପୁରୁଣା ଯୋଡ଼ିଙ୍କ ନୂଆ ମିଳାମିଶା

୧୯୯୦ ଦଶକରେ ସିନେଜଗତରେ ଚହଳ ପକାଇ ଦେଇଥିବା ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଯୋଡି ବିଭିନ୍ନ ଗୁଜବ କାରଣରୁ ଚର୍ଚ୍ଚାରେ ରହୁଥିଲା | ତେବେ ସେମାନଙ୍କ ସମ୍ପର୍କରେ ଫାଟ ଆସିବା ସହ ଉଭୟ ନିଜେ ନିଜର ଘର ସଂସାର କରିବା ପରଠାରୁ ପରଦାରେ କିମ୍ବା ପରଦା ବାହାରେ ସେମାନଙ୍କର ମିଳାମିଶା ଆଉ ଦେଖିବାକୁ ମିଳିନଥିଲା, ଯାହା ସିନେପ୍ରେମୀମାନକୁ ମର୍ମାହତ କରିଥିଲା | ତେବେ ନିକଟରେ ଏକ କାର୍ଯ୍ୟକ୍ରମରେ ଉଭୟ ଅକ୍ଷୟ-ରବିନା ଯୋଗ ଦେବା ସହ ଏକାଠି ବୁଲାବୁଲି କରିବା ଓ ଗପସପ କରିବା ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି | ଏକ ଭିଡିଓରେ ଏହି ଯୋଡି ଗୋଟିଏ ମଞ୍ଚରେ ଏକାଠି ପାଖାପାଖି ବସି ମଉଜ ମଜଲିସରେ ମାତିଥିବା ଦେଖାଯାଇଛି | ତାହାକୁ ଦେଖି ପ୍ରଶଂସକମାନେ ନିଜ ନିଜ କଳ୍ପନାରେ ସକାରାତ୍ମକ ଟିପ୍ପଣୀ କରିବାରେ ଲାଗିଛନ୍ତି |

କେହି କେହି ଏହି ଦୃଶ୍ୟକୁ ଅବିଶ୍ୱସନୀୟ ବୋଲି କହିଥିବା ବେଳେ ସବୁଠୁ ଉଷ୍ମତମ ଯୋଡ଼ିଙ୍କ ପୁଣି ଏକାଠି ଦେଖିବାକୁ ମିଳିଲା ବୋଲି କେହି କେହି କହିଛନ୍ତି | ଉଲ୍ଲେଖଯୋଗ୍ୟ, ‘ତୁ ଚିଜ ବଡ଼ି ହେ ମସ୍ତ ମସ୍ତ’ ପରି ସର୍ବକାଳୀନ ହିଟ ଗୀତ ଧାରଣ କରିଥିବା ହିନ୍ଦୀ ଫିଲ୍ମି ‘ମୋହରା’ ସମେତ ‘ଖିଲାଡୀୟୋଁ କା ଖିଲାଡୀ’, ‘ବାରୁଦ’, ‘କିମତ’ ଓ ‘ପୁଲିସ ଫୋର୍ସ’ ଆଦି ଫିଲ୍ମିରେ ଅକ୍ଷୟ-ରବିନାଙ୍କ ଯୋଡି ଖୁବ ଚର୍ଚ୍ଚିତ ହୋଇଥିଲା | ତେବେ ନିକଟରେ ସେମାନଙ୍କ ଅତୀତ ସମ୍ପର୍କରେ ରବିନା ଏକ ସାକ୍ଷାତକାରରେ କହିଥିଲେ, ‘ଝିଅମାନେ ପ୍ରତି ସପ୍ତାହରେ କଲେଜରେ ପୁଅସାଙ୍ଗ ବଦଳାଉଥିବା ବେଳେ ଭାଙ୍ଗିଯାଇଥିବା ଗୋଟିଏ ସମ୍ପର୍କ କାହିଁକି କେଜାଣି ମୋ’ ମୁଣ୍ଡରେ ସେମିତି ବସାବାନ୍ଧି ରହିଯାଇଛି |’ ତେବେ ସମସ୍ତଙ୍କୁ ଆଗକୁ ବଢିବାର ଅଛି ଏବଂ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହି ରବିନା କଥାକୁ ସେଇଠି ଛିଣ୍ଡେଇ ଦେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *