‘ପୁଷ୍ପା-୨’ରେ ଜୁନିୟର ଏନଟିଆରଙ୍କ ଏଣ୍ଟ୍ରି

‘ପୁଷ୍ପା-୨’ରେ ଜୁନିୟର ଏନଟିଆରଙ୍କ ଏଣ୍ଟ୍ରି

ଭୁବନେଶ୍ୱର:

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମି ‘ପୁଷ୍ପା-୨: ଦ ରୁଲ’କୁ ନେଇ ଚର୍ଚା ଲାଗି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି | ଏହି କ୍ରମରେ ଏବେ ଏହି ସିନେମାରେ ଅଲ୍ଲୁଙ୍କ ସହ ଜୁନିୟର ଏନଟିଆରଙ୍କ ଯୋଡି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି | ଏହି ଖବର ସାମ୍ନାକୁ ଆସିବା ପରେ ‘ପୁଷ୍ପା’ ପ୍ରଶଂସକଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି | ସାମାଜିକ ଗଣମାଧ୍ୟମରେ ‘ପୁଷ୍ପା-୨’ର ସୁଟିଂ ସେଟରେ ଜୁନିୟର ଏନଟିଆରଙ୍କ ଫଟୋ ସେୟାର କରାଯାଇଛି | ଏଥିରେ ଜୁନିୟର ଏନଟିଆର ଏକଦମ କୁଲ ଅନ୍ଦାଜରେ ଦେଖାଯାଇଛନ୍ତି ଏବଂସେ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଛନ୍ତି | ହାଇଦ୍ରାବାଦର ରାମୋଜୀ ଫିଲ୍ମି ସିଟିରେ ‘ପୁଷ୍ପା-୨’ର ସୁଟିଂ ଚାଲିଛି | ତେବେ ଜୁନିୟର ଏନଟିଆର ଅଲ୍ଲୁ ଓ ଫିଲ୍ମିର ନିର୍ଦ୍ଦେଶକ ସୁକୁମାରଙ୍କୁ ଦେଖା କରିବାକୁ ସୁଟିଂ ସେଟରେ ପହଞ୍ଚିଥିଲେ | ତାଙ୍କର ଏହି ସାକ୍ଷାତ ପଛରେ କାରଣ କ’ଣ, ସେ କଥା ଏବେ ଜଣାପଡି ନାହିଁ | କୁହାଯାଉଛି, ଏଥିରେ ଜୁନିୟର ଏନଟିଆର ଅତିଥି କଳାକାର ଭାବେ ନଜର ଆସିପାରନ୍ତି | ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ତଥ୍ୟ ମିଳି ନାହିଁ | ସେହିପରି କୁଁ ଉଦ୍ଦେଶ୍ୟରେ ସେ ସେଟରେ ପହଞ୍ଚିଛନ୍ତି, ତାହା ଶୀଘ୍ର ଜଣ ପଡିବ ବୋଲି ଆଶା କରାଯାଉଛି | ଅନ୍ୟପଟେ ଜୁନିୟର ଏନଟିଆର ଏବେ ‘ଏନଟିଆର୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି | ଏଥିରେ ତାଙ୍କ ବିପକ୍ଷରେ ଜାହ୍ନବୀ କପୁର ଅଭିନୟ କରୁଛନ୍ତି | ଏଠାରେ ପ୍ରକାଶ ଥାଉ କି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମି ନିର୍ମାଣ ହେଉଛି | ଫିଲ୍ମି ପାଇଁ ଅଲ୍ଲୁ ଶହେ କୋଟି ଟଙ୍କା ନେଇଥିବା ଜଣାପଡିଛି |

author

Related Articles

Leave a Reply

Your email address will not be published. Required fields are marked *