‘ପୁଷ୍ପା-୨’ର ଟିଜର ଜାରି

‘ପୁଷ୍ପା-୨’ର ଟିଜର ଜାରି

ଭୁବନେଶ୍ବର:

ବଲିଉଡ ଅଭିନେତା ଅଲ୍ଲୁ ଅର୍ଜୁନ ଏବେ ‘ପୁଷ୍ପା:ଦ ରୁଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି | ଦର୍ଶକେ ଏହାର ଦ୍ଵିତୀୟ ଭାଗକୁ ନେଇ ବେଶ ଉତ୍ସାହିତ ଅଛନ୍ତି | ଦୁଇ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ‘ପୁଷ୍ପା’ ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ଏହା ପରେ ଅଲ୍ଲୁଙ୍କର ଲୋକପ୍ରିୟତା ସର୍ବଭାରତୀୟ ସ୍ତରରେ ବେଶ ବୃଦ୍ଧି ପାଇଥିଲା | ଇତିମଧ୍ୟରେ ‘ପୁଷ୍ପା-୨’ର ଟିଜରକୁ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି | ୨୦ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ, ତିରୁପତି ଜେଲ୍ରୁ ‘ପୁଷ୍ପା’ ଫେରାର ହୋଇଯାଇଛି | ଏବେ ସେ କେଉଁଠାରେ ଅଛି, ତାହା ୭ ଅପ୍ରେଲ ଅପରାହ୍ନ ୪ଟାରେ ଜଣାପଡ଼ିବ ବୋଲି ଭିଡିଓରେ ଉଲ୍ଲେଖ ହୋଇଛି | ତେବେ ଇତିମଧ୍ୟରେ ‘ପୁଷ୍ପା-୨’ର ବଲିଉଡ ଅଭିନେତା ସଲମାନ ଖାନ ଓ ଅଜୟ ଦେବଗନ ଦେଖାଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି | କିନ୍ତୁ ଏନେଇ ଫିଲ୍ମି ନିର୍ମାତାଙ୍କ ପକ୍ଷରୁ କିଛି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ | ‘ପୁଷ୍ପା ଦ ରାଇଜ’ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି | ଏଥିରେ ଅଲ୍ଲୁଙ୍କ ବିପକ୍ଷରେ ଅଭିନୟ କରିଥିଲେ ରଶ୍ମିକା ମନ୍ଦାନା | ‘ପୁଷ୍ପା’ର ଦ୍ଵିତୀୟ ଭାଗରେ ମଧ୍ୟ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ଭାବେ ଢ଼େଖାଯିବେ ରଶ୍ମିକା |

author

Related Articles

Leave a Reply

Your email address will not be published. Required fields are marked *