ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର।ତେଣୁ ସମସ୍ତ ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏହି ଧାର୍ମିକ ମାସରେ ସମସ୍ତେ ଭଗବାନ ଶିବଙ୍କୁ ଉପାସନା କରି ତାଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ମାସ ସାରା ଶୁଦ୍ଧ ଶାକାହାରୀ ଭୋଜନ ଗ୍ରହଣ କରି ନିଷ୍ଠାର ସହିତ ପାଳନ କରଥାନ୍ତି।ବିଶେଷ କରି ସୋମବାର ଦିନ ଭକ୍ତମାନେ ବିଭିନ୍ନ ଶିବାଳୟକୁ ଯାଇ ଦର୍ଶନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାର ନିକଟରେ ରହିଛି ପ୍ରସିଦ୍ଧ ବେଲେଶ୍ଵର ପୀଠ।ଏହାର ଚାରିପାଖରେ ଗଣେଶ, ଶିବ, ହନୁମାନ ଆଦି ବିଭିନ୍ନ ମନ୍ଦିର ମଧ୍ୟ ରହିଛି।ଏଠାକାର ବିଶେଷତ୍ୱ ହେଉଛି ୬୧ଫୁଟ ଉଚ୍ଚ ଭଗବାନ ବେଲେଶ୍ଵର ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ଯାହାକି ଓଡ଼ିଶାର ପ୍ରଥମ ତଥା ବିଶ୍ୱର ଅଷ୍ଟମ ସ୍ଥାନରେ ରହିଛି।ବେଲ ବଣରେ ଏହି ସ୍ଥାନଟି ପରିପୂର୍ଣ୍ଣ ଥିବାରୁ ଏହାର ନାମ ବେଲେଶ୍ଵର ବୋଲି ରଖାଯାଇଛି।ଗତ ୨୦୧୩ ମସିହାରେ ବିଡେକା ତରଫରୁ ଏହାର ନିର୍ମାଣ କରାଯାଇଛି।ଏଠାରେ ବାବା ବେଲେଶ୍ଵରଙ୍କ ସାମ୍ନାରେ ଏକ ବିରାଟ ବୃଷଭ ମଧ୍ୟ ରହିଛି।ଉଦ୍ୟାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ବର୍ଷ ତମାମ ଭକ୍ତ ଓ ବହୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।