ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ କହିଲେ ସୂର୍ଯ୍ୟବଂଶୀ…

ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ କହିଲେ ସୂର୍ଯ୍ୟବଂଶୀ…

ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ଖୁବ ଶୀଘ୍ର ୟୁ ଜି ସି ମାନ୍ୟତା ସହ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେବ ବୋଲି ଦେଲେ ପ୍ରତିଶ୍ରୁତି ଏବଂ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହେବ ବୋଲି କହିଲେ ମନ୍ତ୍ରୀ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ. ଉଚ୍ଚ ଶିକ୍ଷା ମନ୍ତ୍ରୀ ହେବା ପରେ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଗସ୍ତ କରିଛି କହିଲେ ମନ୍ତ୍ରୀ. ଏକକ ବିଶ୍ୱବିଦ୍ୟାଳୟକୁ ୟୁ ଜି ସି ମାନ୍ୟତା ମିଳିନଥିବା ନେଇ ବିଧାନସଭାରେ ଜାଣିବାକୁ ପାଇଲି. ବିଧାନସଭା ସରିବା ପରେ ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଗସ୍ତ କରିବି ବୋଲି ଚିନ୍ତା କରିଥିଲି ଏବଂ ଆଜି ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଲି. l ଏହି ବିଶ୍ୱବିଦ୍ୟାଳୟ ହିଁ ସମସ୍ଥଙ୍କ ପାଇଁ ଆଦର୍ଶ. କାରଣ ଏହି ବିଶ୍ୱବିଦ୍ୟାଳୟରୁ ପୂର୍ବତନ ରାଷ୍ଟ୍ରପତି, ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ଭଳି ବ୍ୟକ୍ତିତ୍ୱ ଅଧୟନ କରିଛନ୍ତି. ଶୈକ୍ଷୟିକ ବାତାବରଣ ଏହି ବିଶ୍ୱବିଦ୍ୟାଳୟ ସମସ୍ଥଙ୍କୁ ପଛରେ ପକାଇବ. ଭାଷା ବଞ୍ଚାଇବାକୁ ପଡିବ. ଭାଷା ବଞ୍ଚିଲେ ସଂସ୍କୃତି ବଂଚିବ. ସଂସ୍କୃତି ବଞ୍ଚିଲେ ସଭ୍ୟତା ବଂଚିବ. ଏଥିପାଇଁ ଏହାର ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଅର୍ପଣ କରିବାକୁ ଚାହୁଁଛି ବୋଲି କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ. ଡିଜିଟାଲ ସଫଟୱେରରେ ଓଡ଼ିଆ ଭାଷାର ପ୍ରଚଳନ ହେଉନାହିଁ. ସଫ୍ଟୱେରରେ ଓଡ଼ିଆ ଭାଷାର ପ୍ରଚଳନ କରିବାକୁ ସମସ୍ଥଙ୍କୁ ଅନୁରୋଧ କରିଲେ ମନ୍ତ୍ରୀ. ବିଶ୍ୱବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଇଲେ କୁଳପତି. ଖାଲି ଥିବା ଶିକ୍ଷକ, ଅଣଶିକ୍ଷକ ପଦବୀ ଖୁବ ଶୀଘ୍ର ପୂରଣ ହେବ ଏବଂ ୟୁ ଜି ସି ମାନ୍ୟତା ପାଇଁ ପଦକ୍ଷେପ ନିଆଯାଇଛି, ଖୁବ ଶୀଘ୍ର ଖୁସି ଖବର ମିଳିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି. ଆଉ ତିନିବର୍ଷ ପରେ ଏହି ବିଶ୍ୱବିଦ୍ୟାଳୟର କୌଣସି ମୌଳିକ ସମସ୍ୟା ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି. ଜାତୀୟ ଶିକ୍ଷା ନୀତି ମଧ୍ୟ ଖୁବ ଶୀଘ୍ର ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି. ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମନୋବଳକୁ ଦୃଢ଼ୀଭିତ କରିଛି ଏବଂ ଏଥିପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ. ସେପଟେ ସମସ୍ଥ ସମସ୍ୟାର ସମାଧାନ ସହ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପଦକ୍ଷେପ ନେଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ.

author

Related Articles

Leave a Reply

Your email address will not be published. Required fields are marked *