ପୁଣି ଏକ ବଡ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହୋମ ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ କରିଛନ୍ତି ବିଜେପି ସରକାର । ଖାଲି ପଡିଥିବା ପଦବୀ ସବୁ ଖୁବ ଶୀଘ୍ର ପୂରଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶକୁ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ। ସୂଚନା ଅନୁଯାୟୀ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଖାଲି ପଡିଥିବା ଏହି ପଦବୀ ପୂରଣ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୋହନ ।
You can share this post!
author
Related Articles
ଶେଷରେ ଜାଲରେ ପଡିଲେ ଅଭିଯୁକ୍ତ
- November 17, 2024
ଜାତୀୟ ପ୍ରେସ ଦିବସ ପାଳିତ
- November 17, 2024