ପୂର୍ବତନ ବିଧାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ

ପୂର୍ବତନ ବିଧାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର ବିକ୍ରମ ପଣ୍ଡା ଫେନ୍ସ କ୍ଳବ ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ହୋଇଥିଲା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର।ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ।ବିକ୍ରମ ପଣ୍ଡା ଙ୍କୁ ଭଲ ପାଉଥିବା ତାଙ୍କ ସମର୍ଥକ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ପୂର୍ବତନ ସାଂସଦ ଶ୍ରୀ ସାହୁ ରକ୍ତଦାତା ଙ୍କୁ ଉତ୍ସହିତ କରିବା ସହିତ ରକ୍ତଦାନ କରି ବହୁ ମୂଲ୍ୟବାନ ଜୀବନ କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ ବୋଲି କହିଥିଲେ।ଯୁବ ବର୍ଗ ବହୁ ପରିମାଣର ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।ତେବେ ପୂର୍ବରୁ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତ ଦାନ ଶିବିର ଆୟୋଜିତ ହେଉଥିଲା, ବର୍ତ୍ତମାନ ରକ୍ତ ଭଣ୍ଡାରରେ ଦେଖା ଯାଉଥିବା ସମସ୍ୟା କୁ ଦୂର କରିବା ପାଇଁ ଏଭଳି ଶିବିର ଆୟୋଜନ ହେବ ବୋଲି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି।ଏବଂ ତାଙ୍କ ଜନ୍ମ ଦିନରେ ରକ୍ତଦାନ କରିଥିବା ତାଙ୍କ ଶୁଭେଚ୍ଛୁ ଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି ଅବସରରେ ବିକ୍ରମ ପଣ୍ଡା ଫେନ୍ସ କ୍ଲବର ବହୁ ସଦସ୍ୟ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *