ପୂର୍ବ ଶତ୍ରୁତାରୁ ପୂର୍ବତନ ମେୟରଙ୍କ ଗାଡିକୁ ବୋମାମାଡ଼

ପୂର୍ବ ଶତ୍ରୁତାରୁ ପୂର୍ବତନ ମେୟରଙ୍କ ଗାଡିକୁ ବୋମାମାଡ଼

ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅଞ୍ଚଳରେ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ କାର ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତମାନେ ଶାସ୍ତ୍ରୀ ନଗର ୨ୟ ଲାଇନର ସୁନୀଲ କୁମାର ସାହୁ(୩୨), ପାଣିଗ୍ରାହୀ ସାହିର ନିଳା ଅରଫ ନିଳାଞ୍ଚଳ ପାଲ(୩୨), ଲାଠିର ମହେଶ୍ୱର ମହାରଣା(୩୫),କୋଦଳା ଥାନା ଅଞ୍ଚଳର ଶିବ ଜେନା ଓ ଗୋଶାଣିନୁଆଁ ଆଡୁଆ ସାହିର ସନ୍ତୋଷ କୁମାର ସାହୁ ଅରଫ ଡକ୍ଟର (୪୩) ବୋଲି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି ଅନ୍ୟ ଦୁଇଜଣ ଫେରାର ଥିବା ସେ କହିଛନ୍ତି । ପିଣ୍ଟୁଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥଥିବା ଏସପି କହିଛନ୍ତି । ସୂଚନାଯୋଗ୍ୟଯେ, ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ବ୍ରହ୍ମପୁର ମେୟର ଶିବ ଶଙ୍କର ଦାସ ଓ ତାଙ୍କ ପୁଅ ମେଡିକାଲରୁ ଘରକୁ ଯିବା ସମୟରେ ସାନ ମଠ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା । ବୋମାମାଡ଼ରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ କେବଳ ଗାଡିର ସମ୍ମୁଖ ଭାଗର କାଚଟି ସାମାନ୍ୟ ଭାଙ୍ଗିଥିଲା । ଏନେଇ ଶିବ ଶଙ୍କର ଦାସ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆଉ ଏହି ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମାଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ।

ରିପୋର୍ଟ – ଲଡୁ କିଶୋର ପାତ୍ର

author

Related Articles

Leave a Reply

Your email address will not be published. Required fields are marked *