ପେଣ୍ଡାଲ ଯାଇଥିଲେ ମୋହନ…ହେଲେ ମଞ୍ଚରେ ବାଜିଲା ନବୀନଙ୍କ ଗୀତ; ଆଉ ତା ପରେ…

ପେଣ୍ଡାଲ ଯାଇଥିଲେ ମୋହନ…ହେଲେ ମଞ୍ଚରେ ବାଜିଲା ନବୀନଙ୍କ ଗୀତ;  ଆଉ ତା ପରେ…

ଯାତ୍ରା ପେଣ୍ଡାଲ ଯାଇଥିଲେ ମୋହନ ହେଲେ ବାଜିଲା ନବୀନଙ୍କ ଗୀତ । ହଁ ଆଜ୍ଞା, ବିଜେପି ଲୋକଙ୍କ ସରକାର , ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ସତ ବୋଲି ପ୍ରମାଣିତ କରିବା ପାଇଁ କୌଣସି ବାଛ ବିଚାର ନକରି ସବୁ ସ୍ଥାନରେ ଉପସ୍ଥିତ ରହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣ ଲୋକଙ୍କ ଘରକୁ ଯାଇ ଭୋଜନ କରିବା ସହ ଯାତ୍ରା ପେଣ୍ଡାଲରେ ଛିଡା ହୋଇ ଭାଷଣ ମଧ୍ୟ ଦେଉଛନ୍ତି ମୋହନ । ଖାଲି ଭାଷଣ ନୁହେଁ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି । ଆଉ ଏପରି କଲେ ଲୋକଙ୍କ ସହ ତୃଣମୂଳ ସ୍ତରରେ ମିଶିଲେ ଓଡିଶାବାସୀ ବିଜେପି ଆଡକୁ ଢଳିଯିବେ ବୋଲି ଆଶା ରଖିଛନ୍ତିା କିନ୍ତୁ ଏ ଆଶା ଆଶାରେ ହିଁ ରହିଯାଉଛି । କାରଣ ଆଜି ବି ଲୋକେ ନବୀନ ପଟ୍ଟନାୟକଙ୍କୁ ଭୁଲିନାହାନ୍ତି । ସାଧାରଣ ଜନତାଙ୍କ ସହ ନବୀନ ପୂର୍ବରୁ ନମିଶିଥିଲେ ବି ଓଡିଶାବାସୀଙ୍କ ପ୍ରତି ତାଙ୍କ ଭଲ ପାଇବା ଓଡିଶାବାସୀଙ୍କୁ ତାଙ୍କ ସହ ବାନ୍ଧି ରଖିଛିା ଯେଉଁ କାରଣରୁ ସରକାରରୁ ହଟିଲା ପରେ ବି ଆଜି ବି ସେ ଲୋକପ୍ରିୟ ରହିଛନ୍ତି । ପରିବର୍ତନ ନାରାରେ ତାଙ୍କୁ ଶାସନ ଗାଦିରୁ ହଟାଇ ଏବେ ପଶ୍ଚାତାପ କରୁଛନ୍ତି । ଏହା ସହ କେହି ବି ନବୀନଙ୍କ ସ୍ଥାନ ନେଇପାରିବେନି ବୋଲି ଯୁକ୍ତି ବାଢୁଛନ୍ତି । ଆଉ ଏବେ ତ ଯାତ୍ରା ପେଣ୍ଡାଲରେ ବି ନବୀନଙ୍କ ଗୀତ ବାଜିବାରୁ ଏହା ସ୍ପଷ୍ଟ ହୋଇପଡୁଛିା ତେବେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାତ୍ରା ପେଣ୍ଡାଲ ବୁଲୁଥିବା ନଜର ଆସିଥିଲେ । ଏବଂ ସେଠାରେ ଛିଡା ହୋଇ ଲୋକଙ୍କୁ ସୁଭଦ୍ରା ସମ୍ପର୍କିତ କିଛି ପ୍ରଶ୍ନ କରୁଥିଲୋ ଯାହାକୁ ସାଧାରଣ ଜନତାଙ୍କ ସହ ରାଜନୈତିକ ସମୀକ୍ଷକମାନେ ପସନ୍ଦ କରୁନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *