ପୋଷାକ ପାଇଁ ଟ୍ରୋଲ୍ ହେଲେ ଶିଳ୍ପା

ପୋଷାକ ପାଇଁ ଟ୍ରୋଲ୍ ହେଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ବଡ଼ି ଫିଟନେସ ଓ ଫେସନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି | ବଲିଉଡର ସେ ଜଣେ ଆଗଧାଡିର ଫିଟ ଅଭିନେତ୍ରୀଭାବେ ପରିଗଣିତ ହୁଅନ୍ତି | ନିକଟରେ ଶିଳ୍ପା ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇଥିଲେ | ଏହି ସମାରୋହରେ ଶିଳ୍ପା ବେଶ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ସୁଦ୍ଧା ସେ ଏବେ ତାଙ୍କ ପୋଷାକ ପାଇଁ ଟ୍ରୋଲ୍ ହେଉଛନ୍ତି | ଏହି କାର୍ଯ୍ୟକ୍ରମରେ ଶିଳ୍ପା କଳା ଓ ଧଳାରଙ୍ଗର ଏକ ଟୁପିସରେ ନଜର ଆସିଥିଲେ | ସେ ଏହାକୁ ମ୍ୟାଚିଂ କରି ଗୋଲଡେନ ଜୁଏଲାରୀ ମଧ୍ୟ ପିନ୍ଧିଥିଲେ | କାର୍ଯ୍ୟକ୍ରମକୁ ଯିବା ପୂବରୁ ସେ କିଛି ସମୟ ପାଇଁ ଫଟୋଗ୍ରାଫର ମାନଙ୍କୁ ପୋଜ ଦେଇଥିଲେ | ତେବେ ଶିଳ୍ପାଙ୍କ ପ୍ରଶଂସକଙ୍କୁ ଏହି ପୋଷାକ ପସନ୍ଦ ଆସିନାହିଁ | ଟ୍ରୋଲର୍ସ ମାନେ ମଧ୍ୟ ପୋଷାକକୁ ନେଇ ଶିଳ୍ପାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି | ଟ୍ରୋଲର୍ସ ମାନେ ତାଙ୍କୁ ‘ଜେବ୍ରା କ୍ରସିଂ’, ‘ସହରୀ ଜେବ୍ରା’ କହିଛନ୍ତି | ଶିଳ୍ପାଙ୍କ କାମ କଥା କହିବାକୁ ଗଲେ ସେ ବହୁତ ଜଲଦି ‘କେଡ଼ି: ଦ ଡେଭିଲ’ରେ ଦେଖାଯିବେ | ଏଥିରେ ସେ ସତ୍ୟବତୀ ଭୂମିକାରେ ଅଭିନୟ କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *