ଦର୍ଶକ ବନ୍ଧୁ ନିର୍ବାଚନ ଆସିଲେ ସାଧାରଣତଃ ରାଜନୀତିକ ପାଣିପାଗ ଟିକେ ସରଗରମ ରୁହେ | ବିଭିନ୍ନ ସମୟରେ ନେତା ମାନଙ୍କର ବୟାନ ବାଜି ଦେଖିବାକୁ ମିଳେ | ତେବେ ଉତ୍ତରପ୍ରଦେଶ ବିଧାମନସଭା ଉପନିର୍ବାଚନ ପାଇଁ ଏବେ ଉଷ୍ମ ରହିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ବାହାର କରିବା ଜାରି ରହିଛି । ପୋଷ୍ଟର ଓ୍ବାର ନେଇ ପ୍ରତିଦିନ ନିର୍ବାଚନୀ ମଇଦାନରେ ଲାଗିଛି ଯୁଦ୍ଧ । ଏହାରି ଭିତରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଯୋଗୀ କହିଥିଲେ ‘ଯିଏ ବିଭାଜିତ ହେବେ, ସିଏ କଟିବେ’ ତାଙ୍କ ର ଏହି ବୟାନ ଉପରେ କଡା ଜବାବ ଦେଇଛନ୍ତି ଅଖିଲେଶ ଯାଦବ । ସେ କହିଥିଲେ , ଇଂରେଜ ଚାଲିଗଲେ. ହେଲେ ୟା’ଙ୍କୁ ଛାଡିଗଲେ ବୋଲି । ଭାରତୀୟ ସମାଜ ଏଭଳି ମନ୍ତବ୍ୟକୁ କେବେ ବି ସମର୍ଥନ କରିବ ନାହିଁ ।
ତେବେ ମୁଖ୍ୟମନ୍ତ୍ରୀ ଯୋଗୀ, ବିଭାଜିତ ହେଲେ କଟିବେ ବୋଲି ମନ୍ତବ୍ୟ ଦେଇ ପୂରା ହିନ୍ଦୁ ସମାଜକୁ ଏକାଠି ରହିବାକୁ ବାର୍ତ୍ତା ଦେଇଥିଲେ । ତାଙ୍କର ଏହି ବାର୍ତ୍ତା ପରେ ଲକ୍ଷ୍ନୌ ସହରରେ ସ୍ଥାନେ ସ୍ଥାନେ ବିଜେପି ନେତାଙ୍କ ଦ୍ବାରା ପୋଷ୍ଟର ବି ଲଗା ଯାଇଥିଲା । ଯାହାକୁ ନେଇ ସପା କର୍ମାକର୍ତ୍ତର ବି କାଉଣ୍ଟର ପୋଷ୍ଟର ଲଗାଇଥିଲେ । ଯେଉଁଥିରେ ଲେଖାଥିଲା, ନା ବିଭାଜିତ ହେବେ, ନା କଟିବେ, ମଠାଧିଶ ଗାଦିରୁ ହଟିବେ, ବୋଲି ନାରା ଦେଇଥିଲେ ।