ପ୍ରକୃତ ପ୍ରେମ କ’ଣ ? ବୁଝାଇଦେଲେ ୭୦ ବର୍ଷୀୟ ଦମ୍ପତ୍ତି

ପ୍ରକୃତ ପ୍ରେମ କ’ଣ ? ବୁଝାଇଦେଲେ ୭୦ ବର୍ଷୀୟ ଦମ୍ପତ୍ତି

ଆଜି କାଲିର ଭଲପାଇବା ସମ୍ପର୍କରେ ତ ସମସ୍ତଙ୍କୁ ଜଣା । ଗୋଟିଏ ଘଣ୍ଟାର ଦେଖାରେ ଭଲପାଇବା ଆରମ୍ଭ ହୋଇଯାଉଛି । କିନ୍ତୁ ଏ ଭଲପାଇବାର ଆୟୁଷ ଯେ କେତେ କମ୍ ତାହା ଜାଣିବି ନିଜ ଜୀବନକୁ ବାଜି ଲଗାଇଦେଉଛନ୍ତି ଏ ଯୁବ ସମାଜ । କିନ୍ତୁ ଏ ସମାଜରେ ଏବେ ବି ଏମିତି ସମ୍ପର୍କ ରହିଛି ଯାହାର ମୂଳଦୂଆ ଏତେ ମଜବୁତ ଯେ, କେହି ବି ତାଙ୍କୁ ଦୋହଲାଇ ପାରିବେନି । ଏଇ ଦେଖୁନାହାନ୍ତି ବୟସର ଶେଷ ପାହାଚରେ ପହଁଞ୍ଚିଲା ପରେ ବି ଦୁହେଁ ଦୁହିଁଙ୍କୁ କେତେ ଭଲ ପାଉଛନ୍ତି । ଦୁହେଁ ଦୁହିଁଙ୍କ ପାଇଁ ସାହାର ହୋଇଥିବା ବେଳେ ଦୁହେଁ ଦୁହିଁଙ୍କର କେତେ ଯତ୍ନ ନେଉଛନ୍ତି । ଏ ହେଉଛନ୍ତି କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନୀପୁର ପଞ୍ଚାୟତର ଝରି ବେହେରା ଓ ତାଙ୍କ ସ୍ତ୍ରୀ ମାତାଜୀ ବେହେରା । ବୟସ ଆସି ୭୦ ଛୁଇଁଲାଣି । କିନ୍ତୁ ଏବେ ବେ ପରସ୍ପର ପ୍ରତି ଭଲ ପାଇବାକୁ କମ୍ କରିନାହାନ୍ତି । ଅଗ୍ନିକୁ ସାକ୍ଷୀ ରଖି ସେ କେବଳ ଏଇ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ସାଥୀ ହୋଇଯାଇଛନ୍ତି । ଅଭାବ ଅନଟନ ଭିତରେ ବି ନିଜର ଦୁଇ ଝିଅଙ୍କ ହାତକୁ ଦି ହାତ କରିସାରିଛନ୍ତି । ପରିଣତ ବୟସରେ କାମ କରିବାର ଶକ୍ତି ନଥିବାରୁ କେବଳ ମାସିକିଆ ଭତ୍ତା ଏବଂ ରାସନ କାର୍ଡରେ ମିଳୁଥିବା ଚାଉଳରେ ଏକ ଛାତ ଘରେ ନିଜ ଜୀବନ ବିତାଉଛନ୍ତି । ନା ତାଙ୍କ ଆଗରେ କିଏ ଅଛି ନା ତାଙ୍କ ପଛରେ କିଏ ଅଛି । କିନ୍ତୁ କେହି କାହା ହାତ ଛାଡିନାହାନ୍ତି । ଦୁହେଁ ଦୁହିଁଙ୍କୁ ସାହାର ଦେଇ ବାଟ ଚାଲୁଛନ୍ତି । ଆଉ ଏ ସମାଜ ପାଇଁ ଆଜି ବି ପ୍ରେମ ଶାଶ୍ୱତ ଏବଂ ପବିତ୍ର ବୋଲି ଉଦାହରଣ ସୃଷ୍ଟି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *