ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ବଦଳିଲା ପାଗର ମିଜାଜ୍‌

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ବଦଳିଲା ପାଗର ମିଜାଜ୍‌

ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଆଜି ସକାଳୁ ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ ମେଘୁଆ ପାଗ ହୋଇଥିଲା । ଛତିଶଗଡ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖଇବାକୁ ମିଳିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ହେଲେ ଆହୁରି ୫ ଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ଦିନ ଭିତରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଗତକାଲି ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତପ୍ତ ସହର ପାଟଲିଛି । ମାଲକାନଗରିରି ସମେତ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ।

author

Related Articles

Leave a Reply

Your email address will not be published. Required fields are marked *