ପ୍ରଚାରର ଶେଷ ଦିନରେ ଓଡିଶାରେ ରାହୁଲ ଗାନ୍ଧୀ…

 ପ୍ରଚାରର ଶେଷ ଦିନରେ ଓଡିଶାରେ ରାହୁଲ ଗାନ୍ଧୀ…

ରାଜ୍ୟରେ ଶେଷ ହେବାକୁ ଯାଉଛି ନିର୍ବାଚନୀର ମାହୋଲ । ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଯାହାକି ଆସନ୍ତା 1 ତାରିଖରେ ଭୋଟ ପଡିବାକୁ ଯାଉଛି । ଶେଷ ଦିନରେ ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭଦ୍ରକ ଲୋକସଭା କ୍ଷେତ୍ରର ସିମୁଲିଆରେ ପ୍ରଚାର ସଭାକୁ ସମ୍ବୋଧନ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଲ ଭୋଟ ମାଗିବେ । ଏହା ହେଉଛି ରାହୁଲ ଗାନ୍ଧୀଙ୍କ ତୃତୀୟ ଓଡିଶା ଗସ୍ତ । ପୂବର୍ରୁ ରାହୁଲ ସାଲେପୁର ଓ ବଲାଙ୍ଗୀରରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ ରାୟଗଡା ସଭାରେ ଭିଡିଓ କନଫରେନ୍ସିଂରେ ଯୋଡି ହୋଇଥିଲେ । କଂଗ୍ରେସର ଇସ୍ତାହାରକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ରାହୁଲ ଗାନ୍ଧୀ ।

author

Related Articles

Leave a Reply

Your email address will not be published. Required fields are marked *