ପ୍ରଚାର କଲେ ରହିବ ପଦ !

ପ୍ରଚାର କଲେ ରହିବ ପଦ !


ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଥିବା ବେଳେ .ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ଦିନିଆ ଝାଡଖଣ୍ଡ ଗସ୍ତରେ ଅଛନ୍ତି .ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ .ଏହାପରେ ଚାଇଁବାରସାର ,କୋଲହାନ ଯିବେ .କାରଣ ଏଠାରେ ଅଧିକ ଓଡ଼ିଆଭାଷାଭାଷୀ ବସବାସ କରନ୍ତି . ତେଣୁ ମୁଖ୍ୟମନ୍ତ୍ରୀ ଗସ୍ତ ସେଠାରେ ଥିବା ଓଡିଆ ଭୋଟଙ୍କ ଊପରେ ପ୍ରଭାବ ପକାଇବ ବୋଲି ଭାବୁଛନ୍ତି ମୋଦି . ସେହିପରି ସୀମାନ୍ତ ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ ,ମୟୁରଭଞ ସମତେ କେଦୁଝର ଓ ବାଲେଶ୍ୱର ଜିଲ୍ଲାର ବିଜେପିର ବରିଷ୍ଠ ନେତା ,ସାଂସଦ ବିଧାୟକବି ଝାଡଖଣ୍ଡ ଯିବେ ବୋଲି କୁହାଯାଉଛି . ଯଦିଓ ସେଠାରେ ନିର୍ବାଚନ ତାରିଖ ଘୋଷଣା ହୋଇନି ତଥାପି ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି .

ତେବେ ଯଦି ଆମେ ଝାରଖଣ୍ଡ ରାଜନୀତି କଥା କହିବା . ଗୋଟିଏ ପଟେ ଚମ୍ପାଇ ସୋରେନ ଜେଏମଏମ ଛାଡି ବିଜେପିକୁ ସମର୍ଥନ କରୁଥିବା ବେଳେ ହେମନ୍ତ ସୋରେନ ମଧ ଆଗକୁ ବଢ଼ିଛନ୍ତି .ଏନେଇ ପୂର୍ବରୁ ଦିଲ୍ଲୀ କଂଗ୍ରେସ ଅକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ.

ତେବେ ଏହାରି ଭିତରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ବି ବିଜେପିରେ ସାମିଲ ହୋଇଛନ୍ତି .ଯାହାକୁ ନେଇ ଲୋକେ ଲଠାରେ ଗୋଟିଏ ବଡ଼ ଲଢ଼େଇ ଦେଖିବାକୁ ଯାଉଥିବା ଆଲୋଚନା କରୁଛନ୍ତି . ତେବେ ପୂର୍ବରୁ ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ ନିଜର ଏକ ନୂଆ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ .ସେ ସବୁ ଚର୍ଚ୍ଚାରେ ଅନ୍ତ ଘଟାଇ ବିଜେପିରେ ଯୋଗ ଦେଇଥିଲେ .ଏହା ପୂର୍ବରୁ ଚମ୍ପାଇସୋରେନ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ .ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା .

ତେବେ ଦୁନୀର୍ତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ .୬୭ ବର୍ଷୀୟ ଚମ୍ପାଇ ଗତ ଫେବୃଆରୀ ୨ ତାରିଖରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ .ହେମନ୍ତ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ସେ ପୁଣି ମୁଖ୍ରମନ୍ତ୍ରୀ ହୋଇଥିଲେ .ଏହାପରେ ଜେଏମଏମରେ ବିବାଦ ଦେଖାଦେଇଥିଲା .

author

Related Articles

Leave a Reply

Your email address will not be published. Required fields are marked *