ପ୍ରଚାର ପାଇଁ ଟ୍ରେନ ରେ ବାଲେଶ୍ୱର ଗଲେ ଅଶ୍ୱିନୀ ବୈଷ୍ଣବ

ପ୍ରଚାର ପାଇଁ ଟ୍ରେନ ରେ ବାଲେଶ୍ୱର ଗଲେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟରେ ଜୋର ଜମୁଛି ନିର୍ବାଚନୀର ମାହୋଲ । ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ । ବାଲେଶ୍ୱରରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ୍ ରେ ଗଲା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ରାଜ୍ୟବାସୀ ୨୪ ବର୍ଷ ହେଲା ବିଜେଡି ସରକାରକୁ ଦେଖିଲେଣି । ହେଲେ ରାଜ୍ୟରେ ବିକାଶ ହୋଇପାରିନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ଆଜି ବି ଲୋକେ ଦାଦନ ଯାଉଛନ୍ତି । ତେଣୁ ଲୋକେ ଏଥର ବିଜେପିକୁ ବାଛିବେ । ଏଥର ଓଡ଼ିଶାରେ ବିଜେପି ସରକାର ହେବ । ଏହା ସହ କେନ୍ଦ୍ରସରକାର ତଥା ଭାରତୀୟ ଜନତା ପାର୍ଟି ରାଜ୍ୟରେ ବିକାଶ ଦିଗରେ କିଭଳି ସାହାର୍ଯ୍ୟ କରିବ ସେ ନେଇ ମଧ୍ୟ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *