ପ୍ରଚାର ବେଳେ କାହିଁକି ହଟହଟା ହେଉଛନ୍ତି ବିଜେଡି ପ୍ରାର୍ଥୀ ?

ପ୍ରଚାର ବେଳେ କାହିଁକି ହଟହଟା ହେଉଛନ୍ତି ବିଜେଡି ପ୍ରାର୍ଥୀ ?

ନିର୍ବାଚନ ପାଇଁ ରାଜ୍ୟରେ ଜମୁଛି ପ୍ରଚାରର ମାହୋଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଗାମୀ ପର୍ଯ୍ୟାୟ ନିବାଚନ ପାଇଁ ରେଡୀ ହେଉଛନ୍ତି ନେତା । ଏଥିପାଇଁ ଗାଁ ଗାଁ ବୁଲି ନିଜ ପାଇଁ ପ୍ରଚାର କରିବା ସହ ଭୋଟ ଦେବାକୁ ଅପିଲ୍ କରୁଛନ୍ତି । ଆଉ ଏତିକି ବେଳେ କେଉଁଠି ପ୍ରାର୍ଥୀଙ୍କୁ ସମର୍ଥନ ମିଳୁଛି ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ବିରୋଧର ଶିକାର ହେବାକୁ ପଡୁଛି । ଯାହାର ଅନେକ ଉଦାହରଣ ଗତ କିଛି ଦିନ ଧରି ଦେଖିବାକୁ ମିଳିଥିବା ବେଳେ ଏବେ ଆଉ ଦୃଶ୍ୟ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ବିରୋଧର ଶିକାର ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସନାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ଫୁଲମାଳ ବଦଳରେ ଜୋତାମାଳ ପିନ୍ଧାଉଥିବା ଭିଡିଓ ଏବେ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସନାତନ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ହୋଇଥିବା ବେଳେ ରାଜ୍ୟରେ ସେ ହେଉଛନ୍ତି ଜଣେ କ୍ଷମତାଶାଳୀ ବ୍ୟକ୍ତି । କିନ୍ତୁ ଏବେ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଲୋକେ ବିରୋଧ କରୁଛନ୍ତି । ପ୍ରଚାରରେ ଥିବା ବେଳେ ମିରିଗିସିଙ୍ଘା ଗାଁର ଗ୍ରାମବାସୀମାନେ ତାଙ୍କୁ ଅସମ୍ମାନ କରିବା ସହ ଗାଁକୁ ଆସିବାକୁ ବାରଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଏହା ପୂର୍ବରୁ ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀନୀ ଲତିକା ପ୍ରଧାନ ପ୍ରଚାର ସମୟରେ ହଟହଟା ହୋଇଥିଲେ । ଶକ୍ତି ପ୍ରଦର୍ଶନ ବେଳେ ସାଧାରଣ ଜନତାଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ବହୁ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା ।

ଖାଲି ଏତିକି ନୁହେଁ ଝାରସୁଗୁଡା ବିଧାୟକ ପ୍ରାର୍ଥୀନୀ ଦୀପାଳି ଦାସଙ୍କୁ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କେବଳ ବିଜେଡି ପ୍ରାର୍ଥୀ ଙ୍କୁ ହିଁ କାହିଁକି ଭୋଟରମାନେ ବିରୋଧ କରୁଛନ୍ତି । ବିଜେଡି ସରକାର ଲୋକଙ୍କ ପାଇଁ ଏତେ ସବୁ ଯୋଜନା କରୁଥିବା ଡିଣ୍ଡିବ ପିଟୁଥିବା ବେଳେ ଲୋକଙ୍କ ପାଖରେ ଏହା ପହଁଞ୍ଚିପାରୁନି ନା ଅନ୍ୟ ଦଳର କର୍ମୀମାନେ ଭୋଟରଙ୍କୁ ଉସକେଇ ଏଭଳି କାଣ୍ଡ ଭିଆଉଛନ୍ତି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦେଖାଯାଉ ନିର୍ବାଚନରେ ଏହାର ପ୍ରଭାବ କେତେ ପଡୁଛି ଏବଂ କିଏ ୨୪ ମହାସମରରେ କିଏ ରାଜା ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *