ପ୍ରତାରଣାର ଶହେ ଦିନରେ ମୋହନ ସରକାର !

ପ୍ରତାରଣାର ଶହେ ଦିନରେ ମୋହନ ସରକାର !

ପ୍ରତିଶ୍ରୁତିର ପାହାଡ ଉପରେ ଛିଡା ହୋଇଥିବା ବିଜେପି ସରକାରକୁ ରାଜ୍ୟରେ 100 ଦିନ ପୂର୍ଣ୍ଣ ହୋଇଛି । ଶରଧାବାଲିରେ 100 ଦିନ ପୂର୍ତ୍ତି ସମାବେଶ ପାଳନ କରିବା ସହ ନିଜେ କରିଥିବା ବିକାଶର ରିପୋର୍ଟ କାର୍ଡକୁ ଲୋକଙ୍କ ପାଖରେ ପହଞ୍ଚାଇଛି । ଯାହାକୁ କଡା ଭାଷାରେ ସମାଲୋଚନା କରିଛି ବିଜେଡି । 100 ଦିନର ବିଜେପି ସରକାରର ନାନାଦି ବିଫଳତାକୁ ସାମ୍ୱାଦିକ ସମ୍ମିଳନୀ କରି ବଖାଣୁଛନ୍ତି ବିରୋଧି ବିଜେଡିର ଗୋଟିଏ ପରେ ଗୋଟିଏ ନେତା । ମୋହନ ସରକାରଙ୍କ ପ୍ରତାରଣା ତାଲିକାରେ ଆଗରେ ରହିଛି ଶୁଭଦ୍ରା ଯୋଜନା । 2 ବର୍ଷରେ 50 ହଜାର ଦେବୁ କହି 5 ବର୍ଷରେ 50 ହଜାର କରାଇଲେ ଏହା ପରେ 1 କୋଟି ମହିଳାଙ୍କୁ ଦେବାକୁ କହି ମାତ୍ର 25 ଲକ୍ଷ ମହିଳାଙ୍କୁ ଦେଲେ ଯାହାକୁ ନେଇ ରାଜ୍ୟ ରାଜନୀତିରେ ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି ସାଧାରଣ ଜନତା । ପ୍ରତାରଣାର ବିଜେପି ସରକାରକୁ 100 ଦିନ ପୂରିବା ପରେ ଉଭୟ ବିରୋଧି ବିଜେଡି ଓ କଂଗ୍ରେସ ଦଳର ନିଶାନା ପାଲଟିଛି ବିଜେପି । ନିର୍ବାଚନ ସମୟରେ ବିଜେପି ଇସ୍ତାହାରରେ ଆଣିଥିବା ସମସ୍ତ ପ୍ରତିଶ୍ରୁତି ଏବେ ପାଣିର ଗାର ସାଜିଛି । ବିଜେପିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଉଛି କଂଗ୍ରେସ ତ ଅନ୍ୟପଟେ ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କୁ 100 ଦିନର 100 ଭୁଲ ଗଣାଉଛନ୍ତି ବିଜେଡି ନେତା । କେବଳ ସୁଭଦ୍ରା ଯୋଜନା ନୁହେଁ ବରଂ 100 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ମଧ୍ୟ ଆଜି ପାଣିର ଗାର ସାଜିଛି । ଖାଲି ସେତିକୁ ନୁହେଁ ରାଜ୍ୟରେ ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଅନ୍ୟପଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ପ୍ରତିଶ୍ରୁତି କୁଆଡେ ଗଲା । ମୋହନ ସରକାରଙ୍କ ଏହିଭଳି ଅନେକ ମିଥ୍ୟା ପ୍ରତିଶ୍ରୁତିକୁ ସାମ୍ନାକୁ ଆଣିଛି ରାଜ୍ୟର ପ୍ରମୁଖ ବିରୋଧି ବିଜୁ ଜନତା ଦଳ । ତେବେ ଦେଖିବାକୁ ଅପେକ୍ଷା ବିଜେପିର ଏହି ପ୍ରତାରଣାକୁ କିପରି ସାମ୍ନା କରି ଏହାର ଜବାବ ଦେଉଛନ୍ତି ଓଡିଶା ବାସୀ ।

author

Related Articles

Leave a Reply

Your email address will not be published. Required fields are marked *