ପ୍ରଥମ ଥର ପାଇଁ ଏକାଠି ଆସିବେ ସାହିଦ-ରଶ୍ମିକା !

ପ୍ରଥମ ଥର ପାଇଁ ଏକାଠି ଆସିବେ ସାହିଦ-ରଶ୍ମିକା !

ବଲିଉଡ ଅଭିନେତା ସାହିଦ କପୁର ଓ ନେସନ୍ୟାଲ କ୍ରସ ରଶ୍ମିକା ମନ୍ଦାନା ବହୁତ ଜଲଦି ଏକାଠି ବଡ ପରଦାରେ ନଜର ଆସିବେ | ଉଭୟ ଅନିସ ବଜମିଙ୍କର ଏକ ଫିଲ୍ମିରେ ଏକାଠି ଦେଖାଯିବେ | ଏହି ଦୁଇ ତାରକାଙ୍କୁ ନେଇ ଅନିସ ଏକ କମେଡି ଆକ୍ସନ ଫିଲ୍ମି କରିବେ ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା | ଏବେ ଏହା ଫାଇନାଲ ହୋଇଯାଇଛି | ଏହାର ପ୍ରଯୋଜନା ଦାୟିତ୍ୱରେ ଏକତା କପୁର ଓ ଦିଲ ରାଜୁ ଅଛନ୍ତି | ତେବେ ଏହାର ସୁଟିଂ ଆସନ୍ତା ଅଗଷ୍ଟ ୧ରୁ ଆରମ୍ଭ ହେବ | ଦୀର୍ଘଦିନ ପରେ ସାହିଦ କମେଡି ଫିଲ୍ମିରେ କାମ କରିବାକୁ ଯାଉଛନ୍ତି |

ଏଥିରେ ଜବରଦସ୍ତ ଆକ୍ସନ ସିନ ମଧ୍ୟ ରହିଛି | ସବୁଠୁ ବଡ କଥା ହେଲା, ସାହିଦ ଏହି ଫିଲ୍ମିରେ ଡବଲ ରୋଲରେ ଦେଖାଯିବେ | ଏଥିରେ ସାହିଦ ଓ ରଶ୍ମିକାଙ୍କ ବ୍ୟତୀତ ବଲିଉଡର ଆଉ କିଛି ଆଗଧାଡିର କଳାକାର ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି | ୨୦୨୪ରେ ଏହା ରିଲିଜ ହେବାକୁ ଥିଲେ ହେଁ ଫିଲ୍ମିର ଟାଇଟଲ ଜୁଲାଇ ସୁଦ୍ଧା ସ୍ଥିର ହୋଇଯିବ | ସାହିଦଙ୍କ କାମ କଥା କହିବାକୁ ଗଲେ ସେ ଅଲ୍ଲୀ ଅଵାସ ଜାଫରଙ୍କ ‘ବ୍ଲଡି ଡାଡି’ ଓ କ୍ରିତି ସାନନଙ୍କ ସହ ଦୀନେଶ ବିଜାନଙ୍କ ଆଗାମୀ ଫିଲ୍ମିରେ କାମ କରୁଛନ୍ତି | ସେହିଭଳି ରଶ୍ମିକା ‘ଆନିମଲ’ରେ ରଣବୀର କପୁର, ଅନିଲ କପୁର ଓ ବବି ଦେୱଲଙ୍କ ସହ ଦେଖାଯିବେ |

author

Related Articles

Leave a Reply

Your email address will not be published. Required fields are marked *