ପ୍ରଥମ ଥର ବିଧାନସଭା ଗଲେ ଝାରସୁଗୁଡା ବିଧାୟିକା

ପ୍ରଥମ ଥର ବିଧାନସଭା ଗଲେ ଝାରସୁଗୁଡା ବିଧାୟିକା

ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ଦୀପାଳି ଦାସ । ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଆଜି ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ । ମୌସୁମୀ ଅଧିବେଶସନରେ ପ୍ରଥମ ଦିନରେ ସେ ବିଧାନସଭାରେ ଯୋଗଦେଇଛନ୍ତି । ଆଜିଠୁ ବିଧାନସଭାରେ ହେଲା ‘ମ୍ୟାଡମ ସ୍ପିକର’ ଯୁଗ ସହିତ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଗୃହର ଦିବଗଂତ ସଦସ୍ୟଙ୍କ ପାଇଁ ଶୋକପ୍ରକାଶ କରାଯାଇଥିଲା । ନୂଆ ତଥା ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଗୃହ ପରିଚାଳିତ ହୋଇଛି । ଅପରାହ୍ନ ୪ଟା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏହା ପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ରଖାଯାଇଛି । ଅପରାହ୍ନ ୫ରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟ୍ ଉପସ୍ଥାପନ କରିବେ । ଏହା ଆସନ୍ତା ୩ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇପାରେ । ତେବେ ଅକ୍ଟୋବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *