ପ୍ରଥମ ଥର ଭୋଟ ଦେଲେ ଜମ୍ମୁ-କାଶ୍ମୀରବାସୀ

ପ୍ରଥମ ଥର ଭୋଟ ଦେଲେ ଜମ୍ମୁ-କାଶ୍ମୀରବାସୀ

ପ୍ରଥମ ଥର ଭୋଟ ଦେଲେ ଜମ୍ମୁ-କାଶ୍ମୀରବାସୀ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଏଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏପରିକି ଏଥର ଏଠାରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ସୂଚନା ମିଳିଛି । ବାରମୁଲା ଲୋକସଭା ଆସନରେ ସର୍ବାଧିକ ମତଦାନ ହୋଇଛି । ୧୯୮୪ ପରଠାରୁ ଚଳିତଥର ସର୍ବାଧିକ ମତଦାନ କରିଛନ୍ତି ଭୋଟର । ତେବେ ଏହି ସୂଚନା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ପି.କେ ପୋଲ ଦେଇଛନ୍ତି । ସେହିପରି ସୋପୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୪.୩୬ ପ୍ରତିଶତ ମତଦାନ ହୋଇଛି । ଯାହା ଗତ କିଛି ଦଶନ୍ଧି ମଧ୍ୟରେ ୧୦ ପ୍ରତିଶତରୁ କମ୍ ରହିଛି ମତଦାନ । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୧୯୬୭ରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲ । ଏହା ପରଠାରୁ ବାରମୁଲା ଲୋକସଭା ଆସନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଏଥର ୫୯ ପ୍ରତିଶତ ମତଦାନ ରହିଛି ବୋଲି ସର୍ଭେରୁ ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *