ପ୍ରଥମ ବୈଠକରେ ଜଗନ୍ନାଥଙ୍କୁ ପ୍ରାଧାନ୍ୟ ଦେଲା ବିଜେପି ସରକାର

ପ୍ରଥମ ବୈଠକରେ ଜଗନ୍ନାଥଙ୍କୁ ପ୍ରାଧାନ୍ୟ ଦେଲା ବିଜେପି ସରକାର

ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ମୁଖ୍ୟମନ୍ତ୍ରୀ ପଦବୀରେ ରହିଛନ୍ତି ବିଜେପିର ଟାଣୁଆ ଆଦିବାସୀ ନେତା ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଦୁଇ ଦୁଇ ଜଣଙ୍କୁ ନିଯୁକ୍ତ କରିଛି ବିଜେପି । କନକ ବର୍ଦ୍ଦନ ସିଂ ଦେଓ ଓ ପ୍ରଭାତି ପରିଡା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତା ସହିତ ମନ୍ତ୍ରୀ ମଣ୍ଡଳରେ 16 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ମନ୍ତ୍ରୀ ମଣ୍ଡଳର ବିଭାଗ ବଣ୍ଟନକୁ ଦ୍ୱନ୍ଦ ଲାଗିରହିଥିବାବେଳେ ଗତକାଲି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ତେବେ ବିଭାଗ ବଣ୍ଟନ ସରିବା ପରେ ବିଜେପିର ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ନୂତନ ମନ୍ତ୍ରୀ ଓ ବିଧାୟକ ମଣ୍ଡଳୀମାନେ ଉପସ୍ଥିତ ରହି ରାଜ୍ୟର ବିକାଶ ଦିଗରେ କାର୍ଯ୍ୟକରିବା ନେଇ ରାଜ୍ୟ ଅତିଥି ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରୁଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *