ପ୍ରଥମ ମହିଳା ଗଲ୍ଫର ଭାବେ ଇତିହାସ ରଚିଲେ ଅଦିତି

ପ୍ରଥମ ମହିଳା ଗଲ୍ଫର ଭାବେ ଇତିହାସ ରଚିଲେ ଅଦିତି

ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି ଅଶୋକ । ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି ଅଦିତି । ଶନିବାର ଦିନ ପ୍ରତିଯୋଗିତାରେ ଆଗୁଆ ରହିଥିଲେ ଅଦିତି, ତେଣୁ ମହିଳା ଗଲ୍ଫରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । ତେବେ ରବିବାର ଅଦିତି ରୌପ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପ୍ରଶଂସକ ଖୁସି ଅନୁଭବ କରିବା ସହିତ ସ୍ୱର୍ଣ୍ଣ ପଦକ ନ ମିଳିବାରୁ କିଛି ମାତ୍ରାରେ ନିରାଶ ହୋଇଥିଲେ । କିନ୍ତୁ ଏହି ରୌପ୍ୟ ପଦକ ସହ ଇତିହାସ ରଚିଛନ୍ତି ଅଦିତି । ଅନ୍ୟପଟେ ଟିମ୍ ଇଭେଣ୍ଟରେ ଭାରତ ଚତୁର୍ଥ ନମ୍ବରରେ ରହିଛି । ଏହା ବ୍ୟତୀତ ସୁଟିଂରେ ଭାରତକୁ ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଆଉ ଏକ ସ୍ୱର୍ଣ୍ଣପଦକ ଜିତିଛି ଭାରତ ସେହି ସମାନ ବର୍ଗର ମହିଳା ଇଭେଣ୍ଟରେ ଭାରତୀୟ ମହିଳା ଦଳକୁ ରୌପ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ମୋଟ 11ଟି ସ୍ୱର୍ଣ୍ଣ ପଦକ ଓ 16ଟି ରୌପ୍ୟ ପଦକ ପାଇଛି ।

author

Related Articles

Leave a Reply

Your email address will not be published. Required fields are marked *