ପ୍ରଦୀପଙ୍କୁ ଭଣ୍ଡେଇଦେଲା ବିଜେପି !

ପ୍ରଦୀପଙ୍କୁ ଭଣ୍ଡେଇଦେଲା ବିଜେପି !

ଓଡିଶା ରାଜନୀତିରେ ଗୋଟିଏ ଜଣାଶୁଣା ଚେହେରା ବ୍ରହ୍ମପୁର ସାଂସଦ ତଥା ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବହିଷ୍କୃତ ହେବାପରଠାରୁ ଯେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିବା ଯାଏଁ ବିଜେଡିର ଲେଖାଛିଡାଉଥିବା ନେତା ପ୍ରଦୀପ ବାବୁ ଏବେ ଅଡୁଆରେ ପଡିଯାଇଛନ୍ତି । ହଁ ଦର୍ଶକବନ୍ଧୁ ଚଳିତ ନିର୍ବାଚନରେ ବିଜେପିର ଏଭଳି ବିଜୟ ହାସଲ ପଛରେ ପ୍ରଦୀପ ପାଣିଗ୍ରାହୀଙ୍କର ଗୋଟିଏ ବଡ ଭୂମିକା ରହିଛି କହିଲେ ଚଳେ । କାରଣ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ବିରୁଦ୍ଧରେ ସ୍ୱର ଉଠାଉଥିବା ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାପରେ ବିଧାୟକ ନୁହେଁ ବରଂ ବ୍ରହ୍ମପୁରରୁ ସାଂସଦ ଟିକେଟ ପାଇଲେ ଓ ବିଜୟ ହେଲେ । ପ୍ରଦୀପଙ୍କ ବିଜୟ ରାସ୍ତାରେ ବାଧା ଦେବାକୁ ବିଜେଡି ଯେତେ ଷଡଯନ୍ତ୍ର କରିଥିଲେ ମଧ୍ୟ ଫେଲ ମାରିନଥିଲେ ପ୍ରଦୀପ । ବିଜେଡିକୁ ଧୂଳି ଚଟାଇ ନିଜେ ବିଜୟୀ ହେଲେ ଆଉ ବିଜେପି ସରକାର ଗଢିଲା । ବିଜେପି ପ୍ରଥମ ଥର ପାଇଁ ସରକାର ଗଢିବା ପରେ ଚର୍ଚ୍ଚା ହେଲା କି ବିଜେପିର ଏହି ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ମିଳିପାରେ । କିନ୍ତୁ ଶେଷରେ ତାଙ୍କୁ ଭାରତୀୟ ଜନତା ପାର୍ଟି ଭଣ୍ଡେଇ ଦେଇଥିବା ଚର୍ଚ୍ଚା ହେଲାଣି । କାହିଁକିନା ବିଧାୟକରୁ ସାଂସଦ ହୋଇଥିବା ପ୍ରଦୀପ ମନ୍ତ୍ରୀ ହେବେ ବୋଲି ଯେଉଁ ଆଶା ରଖିଥିଲେ ତାହା ଭାଙ୍ଗିଯାଇଛି । ତେବେ 20 ସାଂସଦଙ୍କ ମଧ୍ୟରୁ ଓଡିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ବିଜେଡିର ହେଭିୱେଟ ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ତେବେ ଆଗକୁ ବିଜେପିର ଏହି ହେଭିୱେଟଙ୍କୁ ଦଳ କେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *