- ବିଜେପିରେ କମୁଛି ପ୍ରଦୀପଙ୍କ ଚମକ !
- ନବୀନଙ୍କ ପରି ମୋହନ ଦେଉନାହାନ୍ତି ପ୍ରାଧାନ୍ୟ !
- ଭିକେ ପାଣ୍ଡିଆନଙ୍କ ପାଇଁ ବୁଡିଗଲା କି ପ୍ରଦୀପଙ୍କ ଭବିଷ୍ୟତ ?
ବ୍ରହ୍ମପୁର ରାଜନୀତିର ପାୱାରଫୁଲ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି । ଏକଦା ବିଜେଡିରେ ନବୀନଙ୍କ ଆନୁଗତ୍ୟ ରହିଥିବା ଗୋପାଳପୁରର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ସାମିଲ ହୋଇଥିଲେ । ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ପାଇଲେ ଏବଂ ବିଧାୟକରୁ ସାଂସଦ ହେଲେ । ପରନ୍ତୁ ବିଜେଡିରେ ଥିବା ସମୟରେ ପ୍ରଦୀପଙ୍କର ଯେଉଁ ଦବଦବା ରହିଥିଲା ତାହା ବିଜେପିରେ ନଥିବା ନେଇ ଚର୍ଚ୍ଚା ହେଉଛି । କାହିଁକିନା ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇ ଆସୁଥିଲେ ପ୍ରଦୀପ ପାଣିଗ୍ରାହୀ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ମିଛ କେସରେ ଫସାଇ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ଯେଉଁଥିପାଇଁ ଭିକେ ପାଣ୍ଡିଆନ ଦାୟୀ ବୋଲି ବାରମ୍ୱାର ଗାଣମାଧ୍ୟମ ସାମ୍ନାରେ ଯୁକ୍ତି ବାଢିଥିଲେ ।
ନବୀନଙ୍କ ବିରୁଦ୍ଧରେ ପଦୁଟିଏ ହେଲେ ବି କହୁ ନଥିବା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିରେ ମିଶିବା ପରେ ବିଜେଡିରେ ତାଙ୍କର ଯେଉଁ ଦବଦବା ପୂର୍ବ ପରି ରହିଥିଲା ତାହା ଆଉ ନାହିଁ । ଧୀରେ ଧୀରେ ପ୍ରଦୀପଙ୍କ ଚମକ କମିବାରେ ଲାଗିଛି ।
କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ବରଂ ଯେଉଁମାନେ ବିଜେଡିରୁ ବିଜେପିକୁ ଯାଇଛନ୍ତି ସେମାନଙ୍କର ଆଜି ପର୍ଯ୍ୟନ୍ତ ନବୀନଙ୍କ ପ୍ରତି ଅନୁରକ୍ତି ରହିଛି । ଏବଂ ବିଜେଡିରୁ ବିଜେପିକୁ ଯାଇଥିବା ସମସ୍ତ ନେତାମାନେ ଦଳରେ ସେକେଣ୍ଡ କ୍ଲାସ ନେତା ଅଟନ୍ତି । ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ କି ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଛାଡି ଆସିଥିବା ସମସ୍ତ ନେତାଙ୍କର ବିଜେପିରେ ସେତେଟା ଗୁରୁତ୍ୱ ନଥିବା ନେଇ ଚାଲିଛି ଚର୍ଚ୍ଚା ।