ପ୍ରଦୀପଙ୍କ ରାସ୍ତାରେ କିଏ ସାଜୁଛି ବାଧା ?

ପ୍ରଦୀପଙ୍କ ରାସ୍ତାରେ କିଏ ସାଜୁଛି ବାଧା ?

ବିଜୁ ଜନତା ଦଳର ଲେଖା ଛିଡାଇବାର ଆହ୍ୱାନ ଦେଉଥିବା ତଥା ରାଜନୀତିରେ ପୋଖତ ନେତା ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡି ଛାଡି ବିଜେପିରେ ମିଶିଲା ପରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢିଛନ୍ତି ଏବଂ ବିଜେଡିର ଲେଖା ଛିଡାଇବା ପାଇଁ ଏଥର ନିର୍ବାଚନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପରନ୍ତୁ ପ୍ରଦୀପଙ୍କ ଉପରେ ଆଟାକ ହେବା ପରେ ହୁଲସ୍ତୁଲ ରାଜ୍ୟ ରାଜନୀତି । ବ୍ରହ୍ମପୁର ବିଧାନସଭା ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ମେ 13 ତାରିଖରେ ପ୍ରଦୀପଙ୍କ ଉପରକୁ ଯେଉଁ ଆକ୍ରମଣ କରିଥିଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ମୋଡ ଦେଖାଦେଇଛି । ଚର୍ଚ୍ଚା ହେଲା କି ପ୍ରଦୀପଙ୍କୁ ମାଡ ମାରିବା ପଛରେ ବିଜୁ ଜନତା ଦଳର ହାତ ରହିଛି । ଏ ନେଇ ମଧ୍ୟ ଅଭିଯୋଗ ଆଣିଲା ବିଜେପି । ପ୍ରଦୀପଙ୍କୁ ମାଡ ମାରିଥିବା ଶିବଶଙ୍କର ଏବେ ଜେଲରେ କିନ୍ତୁ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ବିଜେଡି ସରକାର ବୋଲି ଅଭିଯୋଗ ଆଣିଥିଲା ବିଜେପି । ବ୍ରହ୍ମପୁର ରାଜନୀତିରେ ଜଣେ ବିଗ ଫ୍ୟାକଟର ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ତେଣୁ ତାଙ୍କ ପାଇଁ ବିଜେଡି ଏପରି କିଛି ଷଡଯନ୍ତ୍ର ହୋଇଛି ବୋଲି ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଲା । କିନ୍ତୁ ଏହି ଚର୍ଚ୍ଚାରେ ଏବେ ବ୍ରେକ ଲାଗିଯାଇଛି । ପ୍ରଦୀପଙ୍କ ସମର୍ଥକମାନେ ବିଜୁ ଜନତା ଦଳ ନାଁରେ ଅଭିଯୋଗ ଆଣୁଥିବା ବେଳେ ଖୋଦ ପ୍ରଦୀପ ଏ ନେଇ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି କିନ୍ତୁ ତାଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରକୃତ କଥାକୁ ନେଇ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ପ୍ରଦୀପ । ତେବେ ତାଙ୍କ ଉପରେ ଆକ୍ରମଣ ପଛର ଷଡଯନ୍ତ୍ରକାରୀର କେବେ ଫଦ୍ଦାଫାସ କରିବେ ପ୍ରଦୀପ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *