ପ୍ରଦୀପ ଓ ସିଦ୍ଧାନ୍ତଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର !

ପ୍ରଦୀପ ଓ ସିଦ୍ଧାନ୍ତଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର !

ବ୍ରହ୍ମପୁରରେ ଶେଷ ହୋଇଯାଇଛି ବିଜେପିର ବିଶାଳ ସମାବେଶ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେପିର ବହୁ ଟାଣୁଆ ନେତା ଏହି ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ । ରାଜ୍ୟରେ 24 ବର୍ଷର ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି ଜେପି ନଡ୍ଡା । ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଏକାଠି କରି ପ୍ରଚାର ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତା ଗୁଡିକ ଭୋଟରଙ୍କ ସାମ୍ନାରେ ରଖିବା ସରକାର ଗଠନ ନେଇ ଉଦ୍ୟମ କରିବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେପି ନଡ୍ଡା । ନିର୍ବାଚନ ରଣନୀତି ନେଇ ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ୪ ଲୋଭସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ପ୍ରାର୍ଥୀଙ୍କ ସମେତ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି ନଡ୍ଡା । ଅନ୍ୟପଟେ ନିର୍ବାଚନରେ ବିଜୟ ନେଇ ନଡ୍ଡାଙ୍କ ରଣନୀତିକୁ ସଫଳ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଓଡ଼ିଶାରେ ସରକାର ପରିବର୍ତ୍ତନ କରିବାକୁ ଆହ୍ୱାନ ଦେବା ସହ ମୋଦୀ ସରକାରଙ୍କ ସଫଳତା ବଖାଣିଥିଲେ ନଡ୍ଡା । ଜଣଙ୍କ ପରେ ପରେ ଜଣେ ବିଜେଡି  କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ବିଶାଳ ସମାବେଶ କରିବା ସହିତ ରାଜ୍ୟ ସରକାରଙ୍କୁ ଏବଂ ପାଣ୍ଡିଆନଙ୍କୁ କଟାକ୍ଷ କରୁଛନ୍ତି ଏବଂ ମୋଦି ସରକାର ଗଢିବା ପାଇଁ ଆହ୍ୱାନ ଦେଉଛନ୍ତି । ତେବେ ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ରାଜନୈତିକ ଦଳ ମାନଙ୍କ ପାଇଁ ଏହା କଛି ନୂଆ କଥା ନୁହେଁ । ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ କିଏ ସରକାର ଗଢିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *